କଳାହାଣ୍ଡିରେ ଚାଞ୍ଚଲ୍ୟ, ଗୋଟିଏ ପରିବାରର ୩ ଜଣଙ୍କୁ କଟୁରୀରେ ହାଣି ନିର୍ମମ ହତ୍ୟା

ଜୁନାଗଡ଼: କଳାହାଣ୍ଡିରେ ଚାଞ୍ଚଲ୍ୟ। ଜୁନାଗଡ଼ ଥାନା ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡର। ମାଆ, ପୁଅ ଓ ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା ଅଭିଯୋଗ। ରାସ୍ତା କଡ଼ରୁ ଉଦ୍ଧାର ହୋଇଛି ମାଆ, ଦୁଇ ବର୍ଷର ପୁଅ ଓ ପଡ଼ୋଶୀ ବୃଦ୍ଧଙ୍କର ମୃତଦେହ। ମୃତକ ହେଲେ ମହିଳା ରାଇବତୀ ମାଝୀ, ୨ ବର୍ଷର ପୁଅ ଶିବଶକ୍ତି ମାଝୀ ଓ ପଡ଼ୋଶୀ ବୃଦ୍ଧ ମହେନ୍ଦ୍ର କୁମାର।

ଘଟଣାସ୍ଥଳରୁ ଏକ ରକ୍ତଭିଜା କଟୁରୀ ଜବତ ହୋଇଛି । ଏଣୁ କେହି କଟୁରୀରେ ହାଣି ତିନି ଜଣଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ସ୍ବାମୀ ୯ ବର୍ଷ ହେଲା ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଜେଲରେ ଅଛନ୍ତି । ଏଣୁ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି ପୋଲିସ । ଗାଁ ଲୋକଙ୍କୁ ଏନେଇ ପଚରାଉଚରା କରାଯାଉଛି ।