ଇନ୍ଦୋର ସେକ୍ସ ରାକେଟ ମାମଲା, ଗିରଫ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ୩ ବିଜେପି କର୍ମୀ: କଂଗ୍ରେସ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ହାଇପ୍ରୋଫାଇଲ ସେକ୍ସ ରାକେଟ । ବିଜେପି ଯୁବମୋର୍ଚ୍ଚା ନେତାଙ୍କ ସମ୍ପୃକ୍ତି ନେଇ ରାଜନୀତି ଜୋର ଧରିଛି । ଏହି ହାଇପ୍ରୋଫାଇଲ ସେକ୍ସ ରାକେଟରେ ମଧ୍ୟପ୍ରଦେଶ ଜଙ୍ଗଲମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଉଠିଲା ଗୁରୁତର ଅଭିଯୋଗ । ସ୍ପା ସେଣ୍ଟର ନାଁରେ ଥାଇଲାଣ୍ଡରୁ ଯୁବତୀଙ୍କୁ ଆଣି ଚାଲିଥିଲା ସେକ୍ସ ରାକେଟ । କ୍ରାଇମବ୍ରାଞ୍ଚ, ମହିଳା ଥାନା ମିଳିତ ଚଢ଼ାଉରେ ଏହି ରାକେଟର ପର୍ଦ୍ଦାଫାଶ ହୋଇଛି । ତେବେ ଏହି ଚଢ଼ାଉ ବେଳେ ଧରାପଡ଼ିଥିବା ୧୮ ଯୁବକଙ୍କ ମଧ୍ୟରୁ ୩ଜଣ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ବୋଲି ଦାବି କରିଛି କଂଗ୍ରେସ ।

କେବଳ ସେତିକି ନୁହେଁ ଗିରଫ ୩ ଅଭିଯୁକ୍ତ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ ଅତି ନିକଟତର ବୋଲି କହିଛି କଂଗ୍ରେସ । ଗିରଫ ୩ ଜଣ ହେଲେ ଖଲଓ୍ୱା ବିଜେପି ମଣ୍ଡଳ ଉପସଭାପତି ବରୁଣ ଯାଦବ, ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ମଣ୍ଡଳ ସମ୍ପାଦକ ବିବେକ ନାମଦେବ ଓ ବିଜେପି କର୍ମୀ ଅଶୋକ ସିଙ୍ଗଲା । ତେବେ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ ସହ ଗିରଫ ଅଭିଯୁକ୍ତଙ୍କ ଫଟୋ ସେୟାର କରି ଏହି ହାଇପ୍ରୋଫାଇଲ ସେକ୍ସ ରାକେଟରେ ବିଜେପିର ନେତାଙ୍କ ସମ୍ପୃକ୍ତି ଥିବା ଦାବି କରିଛନ୍ତି କଂଗ୍ରେସ । ଯାହାକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ଏହାକୁ ନେଇ ମୁଁହ ଖୋଲିଛି ଭାରତୀୟ ଜନତା ପାର୍ଟି । ଏହି ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ବିଜେପି ପ୍ରବକ୍ତା ଉମେଶ ଶର୍ମା କହିଛନ୍ତି ।  ସେପଟେ ଏହି ଘଟଣାରେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ ।

Leave a Reply