ବଲାଙ୍ଗିର ଶିଶୁ ବିକ୍ରି ଘଟଣାରେ ୩ ଗିରଫ
1 min readବଲାଙ୍ଗିର ଶିଶୁ ବିକ୍ରି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ANM ମମତା ଭୋଇ, ମଧ୍ୟସ୍ଥି ଆଲୋକ ଅଗ୍ରୱାଲ ଓ ଶିଶୁକୁ କିଣିଥିବା ରାଜକୁମାର ମିତ୍ତଲଙ୍କୁ ଗିରଫ କରାଯାଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଆଶ୍ଚର୍ଯ୍ୟର କଥା ଉଲ୍ଲେଖନୀୟ ସେବା ପାଇଁ ANM ମମତା ୨୦୧୯ରେ ରାଷ୍ଟ୍ରପତିଙ୍କଠାରୁ ନାଇଟିଙ୍ଗଲ ପୁରସ୍କାର ପାଇଥିଲେ। ତଦନ୍ତରୁ ଜଣାପଡ଼ିଛି, ଗରିବ ହୋଇଥିବାରୁ ତାର ବାପା ମାଆ ରାଜକୁମାର ମିତ୍ତଲଙ୍କୁ ବିକ୍ରି କରିଦେଇଥିଲେ। ମାତ୍ର ୩ ଦିନର ଶିଶୁକୁ ବିକି ଦେଇଥିଲେ ମାଆ। ଆଗରୁ ତାଙ୍କର ୫ ପୁଅଝିଅ ଅଛନ୍ତି। ଆଉ ଏକ ଝିଅ ହେବା ପରେ ସେ ଲାଳନପାଳନକୁ ନେଇ ସେ ଚିନ୍ତିତ ହୋଇ ପଡ଼ିଥିଲେ। ଅଭିଯୋଗ ହୋଇ ANM ମମତା ଭୋଇ ସେହି ମହିଳାଙ୍କ ଅସହାୟତାର ଫାଇଦା ନେଇ ଶିଶୁକୁ ବିକ୍ରି କରିବାକୁ ଯୋଜନା କରିଥିଲେ। ଜଣେ ନିସନ୍ତାନ ଦମ୍ପତିକୁ ଠିକ୍ କରିବା ପାଇଁ ଲାଠୋରର ଔଷଧ ବ୍ୟବସାୟୀ ଆଲୋକ ଅଗ୍ରୱାଲକୁ ଯୋଗାଯୋଗ କରିଥିଲେ। ଆଲୋକ କଳାହାଣ୍ଡି ଜିଲ୍ଲା ମ.ରାମପୁରର ରାଜକୁମାର ମିତ୍ତଲକୁ ଯୋଗଯୋଗ କରିଥିଲେ I ଲକ୍ଷାଧିକ ଟଙ୍କାର ଡିଲ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ଗତ ୧୩ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଦନ୍ତ ଆରମ୍ଭ କରିଥିଲା । .