ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା : ୩ ଜଣଙ୍କୁ ଗିରଫ କଲା ପୋଲିସ

ମାହାଙ୍ଗା : ମାହାଙ୍ଗା ଭଦ୍ରେଶ୍ୱର ଥାନା ଉମରଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା। ଏହି ଦୁର୍ଭାଗ୍ୟଜନକ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଉମର ଗ୍ରାମର ବିଶ୍ୱଜିତ ମହାପାତ୍ର ଓରଫ ରାଜା, ନନ୍ଦକିଶୋର ମଲ୍ଲିକ ଓ ସେହି ଗ୍ରାମର ବିଶ୍ୱଜିତ ମହାପାତ୍ର ଓରଫ ବୁବୁଆ। ଗତକାଲି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ପାଖରେ ଥିବା ଅଳିଆ ଗଦାରେ ପକାଇ ଦେଇଥିଲେ ଦୁର୍ବୃତ୍ତ। ଭଦରେଶ୍ୱର ପୋଲିସ ଓ ସାଲେପୁର ଏସଡିପିଓ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲେ। ତେବେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରକାଶ ପାଇଥିଲା ଅସନ୍ତୋଷ।