ଦେଶରେ ବଢୁଛି କରୋନା ସଂକ୍ରମଣ; ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ପଜିଟିଭ
1 min readନୂଆଦିଲ୍ଲୀ: ଦେଶରେ ଭୟଙ୍କର ଗତିରେ ମାଡ଼ି ଚାଲିଛି ସଂକ୍ରମଣର ଦ୍ବିତୀୟ ଲହରି। ଗତ ୨୪ ଘଣ୍ଟାରେ ଭାରତରେ ଚିହ୍ନଟ ହୋଇଛନ୍ତି ଆଉ ୩ ଲକ୍ଷ ୫୨ ହଜାର ୯୯୧ ପଜିଟିଭ । କରୋନାରେ ଆଉ ୨ ହଜାର ୮୧୨ ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ଆଉ ୨ ଲକ୍ଷ ୧୯ ହଜାର ୨୭୨ ସଂକ୍ରମିତ । ଏନେଇ ଟ୍ବିଟ କରି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩ରେ ପହଞ୍ଚିଛି ।
India reports 3,52,991 new #COVID19 cases, 2812 deaths and 2,19,272 discharges in the last 24 hours, as per Union Health Ministry
Total cases: 1,73,13,163
Total recoveries: 1,43,04,382
Death toll: 1,95,123
Active cases: 28,13,658Total vaccination: 14,19,11,223 pic.twitter.com/32V7eKf1UR
— ANI (@ANI) April 26, 2021
ଏବେ ସୁଦ୍ଧା ମୋଟ ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩ରେ ପହଞ୍ଚିଛି । ଏବେବି ସାରା ଦେଶରେ୨୮ ଲକ୍ଷ ୧୩ ହଜାର ୬୫୮ ସକ୍ରିୟ ମାମଲା ରହିଛି।
ଅଧିକ ପଢନ୍ତୁ- ଆଜି ରାଜ୍ୟରେ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ
ସେହିପରି ଆଜି ରାଜ୍ୟରେ ମୋଟ ୬ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। କ୍ବାରେଣ୍ଟାଇନରୁ ୩ ହଜାର ୮୨୭ ଥିବା ବେଳେ ଲୋକାଲ କେସ୍ ୨ ହଜାର ୭୭୨ ରହିଛି। ତେବେ ତନ୍ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୯୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।