ଫୁଟବଲ ଖେଳୁଥିଲେ, ଚାଲିଗଲା ୨ ଜଣଙ୍କ ଜୀବନ
ସୁନ୍ଦରଗଡ଼: ଅଚାନକ ମାଡ଼ି ଆସିଲା ମୃତ୍ୟୁ । ଫୁଟବଲ ଖେଳ ବେଳେ ଆକାଶରୁ ଗଳିଲା ବଜ୍ରପାତ । ପଡ଼ିଆରେ ଖେଳୁଥିବାବେଳେ ବଜ୍ରାପାତ ଘଟିଲା । କେହି କିଛି ବୁଝିବା ଆଗରୁ ଟଳିପଡ଼ିଲେ ଖେଳାଳି । ଏମିତି ଏକ ଅସହଜ ଏବଂ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବନେଇଲତା ଗ୍ରାମରେ ।
ବନେଇଲତା ଫୁଟବଲ ପଡ଼ିଆରେ ଖେଳୁଥିବାବେଳେ ବଜ୍ରାପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବାବେଳେ ଗୁରୁତରଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର ଆହତ ଭର୍ତ୍ତି କରାଯାଇଛି ।