ବାରବାଟୀରେ ବାଜି ଜିତିନେଲା ଦକ୍ଷିଣ ଆଫ୍ରିକା

1 min read

କଟକ: ବାରବାଟୀରେ ଭାରତୀୟ କ୍ରିକେଟ ପ୍ରେମୀ ନିରାଶ । ଦ୍ବିତୀୟ ଟି ୨୦ରେ ମଧ୍ୟ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୪ ଉଇକେଟରେ ହରାଇ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦ୍ୱାରା ଧାର୍ଯ୍ୟ ୧୪୯ ରନ୍ ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ୬ ୱିକେଟ ହରାଇ ହାସଲ କରିନେଇଛି । ଦଳ ପକ୍ଷରୁ ହେନରିକ କ୍ଲାସେନ ଅର୍ଦ୍ଧଶତକ ହାସଲ କରିବା ସହ ସର୍ବାଧିକ ୮୧ ରନ କରିଥିବାବେଳେ ଅଧିନାୟକ ବାଭୁମା ୩୫ ରନ କରିଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ଓ୍ବିକେଟ ନେଇଥିଲେ । ଚହଲ ଓ ହର୍ଷଲ ପଟେଲେଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଥିଲା । ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ନିରାଶ କରିଥିଲେ । ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ ଋତୁରାଜ ଗାଏକଓ୍ବାଡ। ଶ୍ରେୟସ ଆୟାର ସର୍ବାଧିକ ୪୦ ରନ କରିଥିବା ବେଳେ ଇଷାନ କିଷାନ ୩୪ ଓ ଦୀନେଶ କାର୍ତ୍ତିକ ଅପରାଜିତ ୩୦ ରନ କରିଥିଲେ ।

ତେବେ ମିଡିଲ ଅର୍ଡରରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଭଲ ସ୍କୋର କରିପାରି ନଥିଲା ଭାରତ । ଅଧିନାୟକ ପନ୍ତ ୫, ପାଣ୍ଡ୍ୟା ୯ ଏବଂ ଅକ୍ଷର ପଟେଲ ୧୦ ରନ କରି ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିକ୍ ନର୍ଟେଜ୍ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ତେବେ ବାରବାଟୀରେ ଉତ୍କଣ୍ଠାର ସହ ମ୍ୟାଚ ଦେଖୁଥିବା ପ୍ରତିଟି ଓଡିଆ ନିରାଶ ହୋଇଛନ୍ତି  । ଇଣ୍ଡିଆ ଜିତିବା ନେଇ ଆଶା ପ୍ରକାଶ କରିଥିବା କ୍ରିକେଟପ୍ରେମୀ ହତୋତ୍ସାହିତ ହୋଇଛନ୍ତି  ।