ପ୍ରଥମ ଇଂନିସରେ ଭାରତର ୧୪୮ ରନ୍ , ଟାର୍ଗେଟ ୧୪୯
କଟକ: ସାଉଥ ଆଫ୍ରିକା ଆଗରେ ୧୪୯ ରନର ଟାର୍ଗେଟ ଦେଇଛି ଭାରତ । ପ୍ରଥମେ ଟସ ହାରି ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ ସଂଗ୍ରହ କରିଛି ୧୪୮ ରନ୍ । ସେପଟେ ଦଳ ସମୁଦାୟ ୬ଟି ୱିକେଟ ହରାଇ ୧୪୮ ରନ କରିବାରେ ସଫଳ ହୋଇଛି । ତେବେ ଶ୍ରେୟାସ ଆୟର ଦଳକୁ ଏକ ବଡ଼ ରନ ଦେଇଛନ୍ତି । ଆୟର ୪୦ ରନ କରିଥିବାବେଳେ ଇଶାନ କିଶାନ ୩୪ ଏବଂ ଦିନେଶ କାର୍ତ୍ତିକ ୩୦ ରନ ସଂଗ୍ରହ କରିଛନ୍ତି ।
ସେପଟେ କଟକରେ ଖେଳା ହେଉଥିବା ଏହି ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମ ଫିଲଡିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଟିମ୍ ଅପରିବର୍ତ୍ତିତ ଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। କ୍ବିଣ୍ଟନ ଡି କକ୍ ଆହତ କାରଣରୁ ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ରିଜା ହ୍ୟାଣ୍ଡ୍ରିକ୍ସ ଖେଳୁଛନ୍ତି। ଷ୍ଟପ୍ସଙ୍କ ସ୍ଥାନରେ ହେନେରିକ କ୍ଲାସନ୍ ଖେଳୁଛନ୍ତି। ଦିଲ୍ଲୀଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୭ ଓ୍ବିକେଟରେ ପରାସ୍ତ ହୋଇଥିଲା ।
ଅନ୍ୟପଟେ ଇଣ୍ଡିଆ ପ୍ରଥମ ଇଂନିସରେ ୧୪୮ ରନ ସଂଗ୍ରହ କରିଥିହବାବେଳେ ହରାଇଛି ୬ଟି ୱିକେଟ । ତେବେ ସାଉଥ ଆଫ୍ରିକା ଆଗରେ ଟାର୍ଗେଟ ହେଉଛି ୧୪୯ ରନ୍ । ବିପକ୍ଷ ଦଳ ଏକ ମଜଭୁତ ସ୍ଥିତିରେ ରହିଥିବାବେଳେ ମିଲର ହିଁ ଦଳର ନିତୀ ନିର୍ଦ୍ଧାରକ ସାଜିଛନ୍ତି । ସାଉଥ ଆଫ୍ରିକା ଦଳର ଅଧିନାୟକ ବାବୁମ୍ବାଙ୍କ ନେତୃତ୍ୱରେ ଦଳ ମ୍ୟାଚକୁ ହାସଲ କରିବା ନେଇ ଆଶା ଜୁଟାଇଛି ।
