୩ ରାଜ୍ୟରେ ମେଗା ମୁକାବିଲା: ଉତ୍ତରାଖଣ୍ଡ, ଗୋଆ ଓ ଉତ୍ତରପ୍ରଦେଶରେ ୧୫୧୯ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ୩ ରାଜ୍ୟରେ ମେଗା ମୁକାବିଲା । ଉତ୍ତରପ୍ରଦେଶରେ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନଙ୍କ ହେବ ଭାଗ୍ୟ ପରୀକ୍ଷା । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତଙ୍କର ବି ହେବ ଭାଗ୍ୟ ପରୀକ୍ଷା । ୩ ରାଜ୍ୟର ମୋଟ ୧୬୫ ଆସନରେ ମେଗା ମୁକାବିଲା ହେଉଥିବା ବେଳେ ମୋଟ ୧୫୧୯ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଣ୍ଣୟ ।

ବିଜେପି, କଂଗ୍ରେସ, ଏସପି ଲାଗି ଅଗ୍ନିପରୀକ୍ଷା ସାବ୍ୟସ୍ତ ହେବ ନିର୍ବାଚନ । ଉତ୍ତରପ୍ରଦେଶର ୯ ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ଭୋଟ । ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୫୮୬ । ଅମ୍ରୋହା, ବରେଲି, ବିଜନୋର, ବୁଦାଉନ, ମୋରାଦାବାଦ, ରାମପୁର, ସାହାରଣପୁର, ସମ୍ବଲ, ଶାହାଜାହାନପୁର ଜିଲ୍ଲାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମୋଟ ୨ କୋଟି ୧ ଲକ୍ଷ ୪୨ ହଜାର ୪୪୧ ଭୋଟର କରିବେ ମତଦାନ ।

ମୈଦାନରେ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା, ଜଳଶକ୍ତି ମନ୍ତ୍ରୀ ବଳଦେବ ସିଂହ ଅଉଲାଖ, ସହରାଞ୍ଚଳ ବିକାଶ ମନ୍ତ୍ରୀ ମହେଶ ଗୁପ୍ତା, ଶିକ୍ଷାମନ୍ତ୍ରୀ ଗୁଲାବ ଦେବୀ, ଜେଲରେ ଥିବା ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାଁଙ୍କ ବହୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ସେହିପରି ଉତ୍ତରାଖଣ୍ଡର ୭୦ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ମଇଦାନରେ ୬୩୨ ପ୍ରାର୍ଥୀ ରହିଥିବା ବେଳେ ମୋଟ ୮୨ ଲକ୍ଷ ୩୮ ହଜାର ୧୮୭ ଭୋଟର ନିର୍ବାଚନରେ ଭାଗ ନେବେ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଶିକ୍ଷାମନ୍ତ୍ରୀ ଧନ ସିଂ ରାଓ୍ୱତ, ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ, କୃଷିମନ୍ତ୍ରୀ ସୁବୋଧ ଉନ୍ୟାଲଙ୍କ ସମେତ ବହୁ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ପୂର୍ବତନ ବାଚସ୍ପତି ୟଶପାଲ ଆର୍ଯ୍ୟଙ୍କ ମଧ୍ୟ ଭାଗ୍ୟ ନିର୍ଣ୍ଣୟ ହେବ । ସେହିପରି ଗୋଆର ୪୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ୪୦ ବିଧାନସଭା ଆସନରେ ୧୨ ଦଳର ୩୦୧ ପ୍ରାର୍ଥୀ ପ୍ରଚାର ମଇଦାନରେ ଅଛନ୍ତି ।

Leave a Reply