୧୧ ଜିଲ୍ଲାରେ ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ, ଦୁଇ ଦିନିଆ ସଟ୍‌ଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର: ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ । ୧୧ ଜିଲ୍ଲାରେ କଡାକଡ଼ି ଭାବେ ପାଳନ ହେଉଛି ସଟ୍‌ଡାଉନ୍‌ । ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିଛି । ଗତକାଲି ଠାରୁ ଏହି କଟକଣା ଲାଗୁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟାକୁ ଆଧାର କରି ୧୦ଉପକୂଳ ଜିଲ୍ଲା ସମେତ ବଲାଙ୍ଗିର ଜିଲ୍ଲାରେ ଲାଗୁ ହୋଇଛି କଟକଣା । ତେବେ ଚଳିତ ଥର ସଟ୍‌ଡାଉନ୍‌ କଟକଣାରେ କିଛିଟା କୋହଳ କରାଯାଇଛି ।

ଟ୍ରେନ୍‌ ଓ ବିମାନ ଚଳାଚଳ ଜାରି ରହିଥିବା ବେଳେ ଯାତ୍ରୀଙ୍କ ସୁବିଧା ପାଇଁ ଯାନବାହାନକୁ ଦିଆଯାଇଛି ପାସ୍‌ । ଦୋକାନ ବଜାର ସବୁ ବନ୍ଦ ଥିବା ବେଳେ କେବଳ ଔଷଧ ଦୋକାନ ଓ କ୍ଷୀର ଦୋକାନ ଖୋଲିବାକୁ ମିଳିଛି ଅନୁମତି । ରେଷ୍ଟୁରାଣ୍ଟରୁ ଅନ୍‌ ଲାଇନ୍‌ରେ ହୋମ୍‌ ଡେଲିଭେରୀ ପାଇଁ ଅନୁମତି ମିଳିଥିବା ବେଳେ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ସିଲିଣ୍ଡର ବିତରଣକୁ କଟକଣା ମୁକ୍ତ କରାଯାଇଛି ।

ପୂର୍ବରୁ ଲାଗୁ ହୋଇଥିବା ସଟ୍‌ଡାଉନ୍‌ ଓ ଚଳିତ ଥରର ସଟ୍‌ଡାଉନ୍‌ରେ ରହିଛି ଅନେକ ଫରକ । ଲୋକେ ଚଳିତ ଥର କଟକଣାକୁ ବହୁଳ ଭାବେ ମାନିଥିବା ଦେଖିବାକୁ ମିଳିଛି । ପୂର୍ବରୁ ପନିପରିବା ତଥା ଆମିଷ କିଣିବା ଆଳରେ ଘରୁ ବାହାରି ଗହଳି କରୁଥିବା ବେଳେ ଚଳିତ ଥର ସବୁକିଛି ବନ୍ଦ କରାଯାଇଥିବାରୁ ଘରୁ ଲୋକେ ବାହାରି ନାହାନ୍ତି ।  ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Leave a Reply