ପାରା ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଦ୍ୱିତୀୟ ଦିନ, ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ

1 min read

ଭୁବନେଶ୍ୱର: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ବିଂଶତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଦ୍ୱିତୀୟ ପ୍ରତିଯୋଗିତା ରହିଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଜାତୀୟ ପାରା ଆଥଲେଟିକ୍ସ ଚମ୍ପିଅନସିପ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ପ୍ରତିଯୋଗିତାରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପାରା ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି ।

ଏହି ପ୍ରତିଯୋଗିତାରେ ୭୫୮ ଜଣ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ମୋଟ ୧୨୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ସେହିପରି ୨୦୦ ଅଫିସିଆଲ୍ ଓ ୧୫୦ ଜଣ ସ୍ୱେଚ୍ଛାସେବୀ ଖେଳ ପରିଚାଳନା କରୁଛନ୍ତି । ଗତକାଲି ଉଦଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱରର ନବନିର୍ବାଚିତ ମେୟର ସୁଲୋଚନା ଦାସ, ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ପାରା ଅଲିମ୍ପିକ କମିଟିର ଅଧ୍ୟକ୍ଷା ଦୀପା ମଲ୍ଲିକ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଥିଲେ ।