୬ମାସ ପରେ ଚାଲୁ ହେଲା ଇଣ୍ଟରନେଟ୍ ସେବା

1 min read

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ ଆଜିଠୁ ବ୍ରଡବ୍ୟାଣ୍ଡ ଓ 2ଜି ସେବା ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଉପଲକ୍ଷେ ଏହି ସେବା ଆରମ୍ଭ ପାଇଁ ମଙ୍ଗଳବାର ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ହୋଟେଲ ମାନଙ୍କରେ ମଧ୍ୟ ଇଣ୍ଟରନେଟ ସୁବିଧା ଆରମ୍ଭ କରାଯାଇଛି ।

ପୂର୍ବରୁ ଇଣ୍ଟରନେଟ ବ୍ୟାନ ନେଇ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ । ତେବେ ସୋସିଆଲ ମିଡିଆ ଉପରେ ପୂର୍ବ ଭଳି ପ୍ରତିବନ୍ଧକ ରହିଛି । ଯଥାଶିଘ୍ର 3 ଜି ଓ 4 ଜି ସେବା ଯୋଗାଇ ଯିବ ବୋଲି ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଛି । ବ୍ୟାନ ହଟିବା ପରେ ଜାମ୍ମୁ ଓ କାଶ୍ମୀରରେ ସ୍ଥିତି ସୁଧୁରୁଛି । ଏବଂ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଇଣ୍ଟରନେଟ ସେବା ବେଶ୍‌ ଲାଭଦାୟକ ହୋଇଛି ।

କହିରଖୁଛୁ ଯେ, ଗତ ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରେ ୩୭୦ ଧାରା ଲାଗୁ ହେବା ପରେ ଜାମ୍ମୁ-କଶ୍ମୀରରେ ରଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା ।

Leave a Reply