ରାଜ୍ୟରେ ୨କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଦ୍ୱିତୀୟ ଡୋଜ୍ ଟିକା: ୧୫ଶହ ତଳେ ରହିଛି ସକ୍ରିୟ ମାମଲା

1 min read

ଭୁବନେଶ୍ୱର: ରାଜ୍ୟରେ ୨କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି କରୋନା ଟିକାର ଦ୍ୱିତୀୟ ଡୋଜ । ୨ କୋଟି ୩୪ ହଜାର ୫୦୮ ଜଣ ଦ୍ୱିତୀୟ ଡୋଜ ନେଇଥିବା ବେଳେ, ୨ କୋଟି ୮୯ ଲକ୍ଷ ୯୬ ହଜାର ୯୪୪ ଜଣ ପ୍ରଥମ ଡୋଜ ନେଇଛନ୍ତି  । ବର୍ତ୍ତମାନ ସୁଦ୍ଧା ୪କୋଟି ୯୦ ଲକ୍ଷ ୩୧ ହଜାର ୪୫୨ ଡୋଜ ଟିକା ଦିଆଯାଇଛି  । ପ୍ରାୟ ୬୦ ଲକ୍ଷ ଲୋକ ପ୍ରଥମ ଓ ଦ୍ୱିତୀୟ ଡୋଜ ନେବାର ବାକି ରହିଛି  ।

ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଥିବା ବେଳେ, ୯୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ସେହିପରି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରୁ ୮୪ ପ୍ରତିଶତ ପ୍ରଥମ ଓ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି  । ୧୮ ବର୍ଷରୁ ୪୪ ବର୍ଷ ବର୍ଗର ଲୋକେ ୮୪ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି  । ଅନ୍ୟପଟେ ୪୫ ବର୍ଷରୁ ଅଧିକ ବୟସର ଲୋକେ ୯୨ ପ୍ରତିଶତ ପ୍ରଥମ ଡୋଜ ନେଇଥିବା ବେଳେ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି  । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୩ ହଜାର ୫୭୫ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ୨୪ ଘଣ୍ଟାରେ ୧୫୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୨୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪୧୬୦ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Leave a Reply