spot_img

Latest Posts

ରାଜ୍ୟରେ ପୁଣି ୨୯୯୩ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ପୁଣି ୨୯୯୩ ଜଣ ନୂଆ କରୋନା ଆକ୍ରାନ୍ତ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଅଧିକ ମାତ୍ରାରେ ଟେଷ୍ଟିଂ କରାଯାଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ହେଲେ ଏଥିରେ ଭୟଭୀତି ହେବାର ନାହିଁ । ବରଂ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ନୂଆ ୨୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୮୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୨୧, ବାଲେଶ୍ୱରର ୧୧୫, ବରଗଡ଼ରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗିରରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୬୦, ଗଜପତିରୁ ୪୩, ଗଞ୍ଜାମରୁ ୨୭୧, ଜଗତସିଂହପୁର ୪୬, ଯାଜପୁର ୧୨୧, ଝାରସୁଗୁଡ଼ା ୪୩, କେନ୍ଦ୍ରାପଡ଼ା ୪୩, କଳାହାଣ୍ଡି ୩୬, କନ୍ଧମାଳ ୫୮, କେନ୍ଦୁଝର ୬୩, ଖୋର୍ଦ୍ଧାରୁ ସର୍ବାଧିକ ୬୦୬, କୋରାପୁଟ ୯୫, ମାଲକାନଗିରି ୮୫, ମୟୂରଭଞ୍ଜ ୧୨୦, ନବରଙ୍ଗପୁର ୬୮, ନୟାଗଡ଼ ୧୫୩, ନୂଆପଡ଼ା ୧୧, ପୁରୀ ୧୫୬, ରାୟଗଡ଼ା ୧୩୭, ସମ୍ବଲପୁର ୧୦୪, ସୋନପୁର ୪୦, ସୁନ୍ଦରଗଡ଼ରୁ ୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ୨୫ ହଜାର ୭୯୨ଟି ମାମଲା ସକ୍ରିୟ ରହିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୨ ହଜାର ୨୭୬ରେ ପହଞ୍ଚିଛି । ଅନ୍ୟପଟେ ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦ରେ ପହଞ୍ଚିଛି ।

Latest Posts

Don't Miss