ବିକାଶ ରାସ୍ତାରେ ସାମିଲ ହେଲେ ମାଓବାଦୀ, ଆତ୍ମସମର୍ପଣ କଲେ ୨୯୫ ମିଲିସିଆ

ମାଲକାନଗିରି: ମାଓ ମୁକ୍ତ ହେଉଛି ମାଲକାନଗିରି । ଜିଲ୍ଲାରେ ସଫଳ ହେଉଛି ଆଣ୍ଟି ନକ୍ସଲ ଅପରେସନ । ପ୍ରଶାସନ ନିକଟରେ ଆତ୍ମସମର୍ପଣ ସହ ମାଓ ପୋଷାକ ଜାଳିଦେଲେ ମିଲିସିଆ । ମିଛ ପ୍ରତିଶ୍ରୁତି ନୁହେଁ ସରକାରଙ୍କ ବିକାଶର ସ୍ରୋତରେ ସାମିଲେ ହେଲୁ ବୋଲି କହିଛନ୍ତି ମିଲିସିଆ । ଗଲା ୨ ତାରିଖରେ ୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି କେବଳ ଯନ୍ତ୍ରୀ ପଞ୍ଚାୟତର ୨୯୫ ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି ।

ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ , ବିଏସଏଫ କୋମାଣ୍ଡର ଓ ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ନିକଟରେ ଆତ୍ମସମର୍ପଣ କରିବା ସହ ନିଜେ ପରିଧାନ କରୁଥିବା ମାଓ ପୋଷକକୁ ନିଆଁ ଲଗାଇ ପୋଡ଼ିଦେଇଛନ୍ତି । ଗତ କିଛି ମାସ ତଳେ ଜିଲ୍ଲାର ଶେଷ ମାଓଗଡ଼କୁ ବିଏସଏଫ୍ ବାହିନୀ ଅକ୍ତିଆର କରିବା ପରେ ପରିବର୍ତ୍ତନ ଦେଖୁଛନ୍ତି ଯନ୍ତ୍ରୀ ପଞ୍ଚାୟତ ବାସିନ୍ଦା । ନିଜକୁ ସୁରକ୍ଷିତ ମନେ କରିବା ସହ ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ।