୨୯୪ କୋଟି ଟଙ୍କା ଜିଏସ୍‌ଟି ଠକେଇର ପର୍ଦ୍ଦ।ଫାସ୍‌, ଭୂତସଂସ୍ଥା ଜରିଆରେ ଲୁଟୁଥିଲେ ବ୍ୟବସାୟୀ

ଭୁବନେଶ୍ୱର: ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ  ସ୍କ୍ୱାଡ ଦ୍ଵାରା ୨୯୪ କୋଟି ଟଙ୍କାର ନକଲି ବିଲ୍‌ର ପର୍ଦ।ଫାସ । ନକଲି ବିଲ୍‌ ମାଧ୍ୟମରେ ୫୨ ଦଶମିକ ୭୭ କୋଟି ଟଙ୍କାର ଜାଲ ଇନପୁଟ ଟାକ୍ସ କ୍ରେଡିଟ କରିଥିଲେ ଦୁଇ ଅଭିଯୁକ୍ତ । ଭୂତ ବ୍ୟବସାୟିକ ସଂସ୍ଥା କରି ଠକି ଚାଲିଥିଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର ସାହୁ ଟ୍ରେଡର୍ସର ମାଲିକ ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରୋଗୀ । କନ୍ଧମାଳ ଜିଲ୍ଲାର ୧୧ ଜଣଙ୍କ ନାଁରେ ଜାଲ କମ୍ପାନୀ ଗଢ଼ି ଠକେଇ କରିଥିଲେ ।

ସନ୍ଦିଗ୍ଧ ୱେ ବିଲ କାରବାର ଯାଞ୍ଚ କରାଯାଇ ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ ୧୧ ଗୋଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ାଉ କରାଯାଇଥିଲା । ଜଣାପଡ଼ିଥିଲା ଯେ ଏସବୁ ଭୂତ ପ୍ରତିଷ୍ଠାନ । ଗିରଫ ଅଭିଯୁକ୍ତମାନେ ସରକାରୀ ଯୋଜନାର ଲୋଭ ଦେଖାଇ ସାଧାରଣ ଲୋକଙ୍କ କାଗଜପତ୍ର ହାସଲ କରିଥିଲେ ।

ଅଭିଯୁକ୍ତମାନେ ୪୮ ଦଶମିକ ୫୮ କୋଟି ଟଙ୍କାର ଜାଲ ଇନପୁଟ ଟାକ୍ସ କ୍ରେଡିଟ କରି ଅନ୍ୟ ବ୍ୟବସାୟୀମାନଙ୍କୁ ୫୨ଦଶମିକ ୭୭ କୋଟି ଟଙ୍କାର ଜାଲ ଇନପୁଟ ଟାକ୍ସ କ୍ରେଡିଟ ହସ୍ତାନ୍ତର କରିଥିବା ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ କହିଛନ୍ତି ।

Leave a Reply