କରୋନା କବଳରେ ପୁରା ଗଞ୍ଜାମ, ପୁଣି ୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ଗଞ୍ଜାମ । ଯାହା ଫଳରେ ଦିନକୁ ଦିନ କରୋନା ସଂଖ୍ୟାରେ ବଡ଼ ଧରଣରୁ ପରିବର୍ତ୍ତନ ହେଉଛି । ରାଜ୍ୟରେ ଆଜି ପୁଣି ୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ କେବଳ ୨୯ ଜଣ ସଂକ୍ରମିତ ରହିଛନ୍ତି । ଏହା ସହ ଗଞ୍ଜାମ କରୋନାର ତିନି ଅଙ୍କକୁ ଛୁଇଁଛି ।

୧୧୮ ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯଦି ଆମେ ଦେଖିବା ଏଇ କିଛି ଦିନ ମଧ୍ୟରେ ଗଞ୍ଜାମର ସ୍ଥିତି ବହୁତ ସାଙ୍ଘାତିକ ରୂପ ନେଲାଣି । ହୁ ହୁ ହୋଇ ମାଡ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୁରତ ଫେରନ୍ତା। ସମସ୍ତଙ୍କ ନଜରରେ ଏବେ ଗଞ୍ଜାମ ରହିଛି । କରୋନା ହିଟ ଲିଷ୍ଟରେ ରହିଛି ଗଞ୍ଜାମ ।

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ତେବେ ଗଞ୍ଜାମରେ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ଦୃଢ଼ ପଦକ୍ଷେପ ମାନ ନିଆଯାଇଛି । ଗଞ୍ଜାମ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି କି କ୍ୱାରେଣ୍ଟାଇନ୍‌ ସେଣ୍ଟର ପାଖରୁ ସ୍ଥାନୀୟ ଲୋକଙ୍କୁ ଦୂରେଇ ରହିବା ପାଇଁ । କାରଣ ସମସ୍ତେ ହଟସ୍ପଟରୁ ଫେରିଛନ୍ତି । କିଛି ଅସୁବିଧା ହେବନାହିଁ । ଆମେ ସମସ୍ତଙ୍କର ଦାୟିତ୍ୱ ନେଉଛୁ  । ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠ ନିଆଯିବ । ରାଜ୍ୟରେ ଏବେ କରୋନା କରୋନା ସଂଖ୍ୟା ୩୫୨ରେ ପହଞ୍ଚିଥିବାବେଳେ ସକ୍ରିୟ ରହିଛନ୍ତି ୨୮୧ ଜଣ । ସେଥିମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Leave a Reply