ରାଜଧାନୀରେ ରାଜ୍ୟ ପାଓ୍ବାର ଲିଫଟିଂ ଚମ୍ପିଆନସିପ, ପାୱାର ପ୍ରଦର୍ଶନ କଲେ ୨୮୦ ପ୍ରତିଯୋଗୀ

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ୨୯ତମ ରାଜ୍ୟ ପାଓ୍ବାର ଲିଫଟିଂ ଚାମ୍ପିଅନସିପ ୨୦୨୨ । ଉତ୍କଳ କରାଟେ ସ୍କୁଲରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ଆସନ୍ତା ୨୫ ତାରିଖ ଯାଏଁ ଚାଲିବ । ଏଥିରେ ୧୫ଟି ଜିଲ୍ଲାର ୨୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨୨୦ ଜଣ ପୁରୁଷ ରହିଥିବାବେଳେ ଓ ୬୦ ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି ।
ପ୍ରଥମ ଦିନରେ ଓଡ଼ିଶା ଷ୍ଟେଟ ପାଓ୍ବାର ଲିଫଟିଂ ଓ ବେଞ୍ଚ ପ୍ରେସ ଚାମ୍ପିଅନସିପରେ ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଆଗକୁ ବିଦର୍ଭରେ ହେବାକୁ ଥିବା ଜାତୀୟ ପାଓ୍ବାର ଲିଫଟିଂ ଚାମ୍ପିଅନସିପ ଓ ପୁନେରେ ହେବାକୁ ଥିବା ଜାତୀୟ ବେଞ୍ଚ ପ୍ରେସ ପ୍ରତିଯୋଗିତା ପାଇଁ ଶିଶିର ଭଟ୍ଟମିଶ୍ର ଚୟନ ହୋଇଛନ୍ତି ।