ହିମସ୍ଖଳନରେ ୧୦ ପର୍ବତାରୋହୀଙ୍କ ମୃତ୍ୟୁ, ୧୧ ନିଖୋଜ

1 min read

ଡେରାଡୁନ: ଉତ୍ତରାଖଣ୍ଡ ଦୌପ୍ରଦୀର ଦାଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ । ହିମସ୍ଖଳନରେ ୧୦ ଜଣଙ୍କର ମୃତ୍ୟୁ । ୨୯ ଜଣ ହିମସ୍ଖଳନରେ ଫଶି ରହିଥିଲେ । ଏନ୍‌ଆଇଏମ୍‌ ଆଡଭାନ୍ସ କ୍ୟାମ୍ପ ନିକଟରେ ଏହି ହିମସ୍ଖଳନ ହୋଇଛି । ୮ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୧ ପର୍ବତାରୋହୀ ଫସି ରହିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ, ଆଇଟିବିପି ଯବାନ ନିଯୋଜିତ ଅଛନ୍ତି ।

ହେଲିକେପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ହୋଇଛି । ପ୍ରାଥମିକ ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ଏହି ହିମସ୍ଖଳନ ଘଟିଥିଲା । ଘଚଣାର ସୂଚନା ମିଳିବା ପରେ ଦ୍ରୌପଦୀର ଦାଣ୍ଡା-୨ ପର୍ବତ ଶିକରରେ ହିମସ୍ଖଳନରେ ଫସିଥିବା ପର୍ବତାରୋହୀଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫର ଟିମ୍ ଡେରାଡୁନର ସହସ୍ତ୍ରଧାରା ହେଲିପ୍ୟାଡରୁ ଉଡାଣ ଭରିଥିଲା । ଏହା ପରେ ପରେ ଅନ୍ୟ ଉଦ୍ଧାରକାରୀ ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।