ଆଜିଠୁ ଅନଲାଇନ ଗେମ୍ ହେବ ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନ ଗେମ୍ ଉପରେ ଲାଗୁଛି ହେଉଛି ୨୮ ପ୍ରତିଶତ ଜିଏସଟି । ଆଜିଠୁ ମହଙ୍ଗା ହେବ ଅନଲାଇନ୍ ଗେମ୍ । ଏହାସହ କାଜିନୋ ଓ ହର୍ସ ରେସିଙ୍ଗ ଉପରେ ନୂତନ ଜିଏସଟି ହାର ଲାଗୁ ହେଉଛି । ଗତ ଜୁଲାଇ ଏବଂ ଅଗଷ୍ଟରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏହି ପରିପ୍ରେକ୍ଷୀରେ ସଂଶୋଧନ ମଧ୍ୟ ଗତ ମାସରେ ସଂସଦ ଦ୍ବାରା ପାରିତ ହୋଇଛି । ଏହା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନଲାଇନ୍ ଗେମିଂ, କାଜିନୋ ଓ ହର୍ସ ରେସିଙ୍ଗ ଉପରେ ଜିଏସଟି ହାରର ସମୀକ୍ଷା ଛଅ ମାସ ପରେ କରାଯିବ । ତେବେ ଜିଏସଟି ଲାଗୁ ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଗେମିଂ କମ୍ପାନୀ କହିଛନ୍ତି ।