ନୃତ୍ୟାଞ୍ଜଳି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ମନ ମୋହିଲା ଓଡ଼ିଶୀ

1 min read

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ୨୭ ତମ ନୃତ୍ୟାଞ୍ଜଳି ମହୋତ୍ସବ । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଦୁଲୁକି ଉଠିଥିଲା ମଞ୍ଚ । ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ତଥା ନବାଗତା ନୃତ୍ୟଶିଳ୍ପୀ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଆୟୋଜିତ ଉତ୍ସବରେ ୩୦ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ ।

ମହୋତ୍ସବ ଆରମ୍ଭ ହୋଇଥିଲା ଓଡ଼ିଶୀ ମାର୍ଦଳ ବାଦକ ଶ୍ରୀ ସଚ୍ଚିଦାନନ୍ଦ ଦାସ ଓ ତବଲା ବାଦକ ଶ୍ରୀ କୁଳମଣି ସାହୁଙ୍କ ତବଲା ଓ ମର୍ଦଳର ଯୁଗଳବନ୍ଦୀରୁ । ଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଭୁବନେଶ୍ୱର ବିଧାୟକ ଶୁସାନ୍ତ ରାଉତ, ରାଜ୍ୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସଙ୍ଗୀତ ଗୁରୁ ରାମହରି ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ବିଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ । ')}

Leave a Reply