ଆଗକୁ ମିଳିବନି ଖାଦ୍ୟ ! ସତର୍କ କରାଇଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍: ଋଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ପରେ ସବୁଠୁ ଭୟଙ୍କର ପରିଣତି ଭୋଗିବାକୁ ଯାଉଛି ସାରା ବିଶ୍ୱ । ଖାଦ୍ୟାଭାବ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଋଷିଆ ଓ ୟୁକ୍ରେନ୍‌ରୁ ରପ୍ତାନୀ ହେଉଥିବା ଖାଦ୍ୟ ବାହାର ଦେଶକୁ ଯାଇପାରୁନାହିଁ  । ଏଥିସହ ଚାଷ ପାଇଁ ବ୍ୟବହୃତ ହେଉଥିବା ସାର ମଧ୍ୟ ଋଷ୍‌ରୁ ଯାଇପାରୁନାହିଁ  । ଏଥିପାଇଁ ଚାଷ ସମ୍ପୂର୍ଣ୍ଣ କ୍ଷତି ହେଉଛି  ।

Russia Ukraine War One Indian Student Dead In Kharkiv

ତେବେ ଏହାକୁ ନେଇ ଏବେ ସତର୍କ କରାଇଲେ ୟୁକ୍ରେନ ରାଷ୍ଟ୍ରପତି । ଯୁଦ୍ଧ ଆଣିପାରେ ଖାଦ୍ୟ ସଙ୍କଟ । ଇଟାଲୀ ସଂସଦକୁ ସମ୍ବୋଧନ କଲାବେଳେ ଜେଲେନସ୍କି କହିଛନ୍ତି ଯେ, ଏହି ଯୁଦ୍ଧ ଅନେକ ଦେଶରେ ଖାଦ୍ୟ ସଙ୍କଟ ଆଣିବାର ଆଶଙ୍କା ରହିଛି । ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଜଣାଶୁଣା । ପ୍ରତିବର୍ଷ ଏହା ବିଦେଶକୁ ହଜାର ହଜାର ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ପଠାଇଥାଏ । ହେଲେ ରୁଷର ଆକ୍ରମଣ ଯୋଗୁଁ ଖାଦ୍ୟ ଶସ୍ୟ ଉତ୍ପାଦନ ଓ ରପ୍ତାନୀ ସମ୍ଭବ ହୋଇପାରୁନଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

Russia Ukraine War Former Female Spy Revealed Putin's Secret

ଦୁଇ ପକ୍ଷ ମଧ୍ୟରେ ବହୁଥର ବୈଠକ ବସିଥିଲେ ବି ଶାନ୍ତିର କୌଣସି ବାଟ ବାହାରିପାରିନାହିଁ । କାରଣ ଉଭୟ ରୁଷ୍ ଓ ୟୁକ୍ରେନ ନିଜ ଦାବିରେ ଅଟଳ ରହିଛନ୍ତି । ତାଙ୍କ ଦେଶ ଆତ୍ମସମର୍ପଣ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।