ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା ; ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ

1 min read

ନନ୍ଦିଘୋଷ ବ୍ୟୁରୋ : ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା । ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୨୭୭ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ପାଇଁ ଏହି ସମ୍ମାନ ପାଇବେ । ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ମିଳିବ ସମ୍ମାନ । ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ତାଲିକା ଏହି ପ୍ରକାଶ ପାଇଛି । ୨୭୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର ।

ସୂଚନା ଅନୁଯାୟୀ, ଓଡ଼ିଶାର ୧୫ ଜଣଙ୍କୁ ଦିଆଯିବ ସାହସିକତା ପୁରସ୍କାର । ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଗୃହବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସେହିପରି କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ । ଏହାଛଡ଼ା ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ । IG ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ DSP ରାଙ୍କ ଅଧିକାରୀ ପାଇବେ ପଦକ । DSP ସାରଦା ପ୍ରସନ୍ନ ପ୍ରଧାନଙ୍କୁ ମିଳିବ ସମ୍ମାନ । DSP ପ୍ରଦୀପ ସାମଲ ଓ ପ୍ରଶାନ୍ତ ସାହୁଙ୍କୁ ମିଳିବ ସମ୍ମାନ । ଇନ୍ସପେକ୍ଟର ରଶ୍ମୀରଂଜନ ମହାପାତ୍ର ପାଇବେ ପଦକ । ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା ପାଇବେ ପୁରସ୍କାର । ହାବିଲଦାର ଦିଲ୍ଲୀପ କୁମାର ନାଏକ ପାଇବେ ପଦକ । ASI  ବିଜୟ କୁମାର ପ୍ରଧାନ ପାଇବେ ପୁରସ୍କାର । ସିପାହୀ ବନମାଳୀ ରାୟ, ନାମବାହଦୁର ଛେତ୍ରୀଙ୍କୁ ସମ୍ମାନ ମିଳିବ ।