ରାଜ୍ୟରୁ ୨୭୫୨ ନୂଆ ସଂକ୍ରମିତ ଚିହ୍ନଟ, ବଢ଼ୁଛି ଲୋକାଲ କଣ୍ଟାକ୍ଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ରାକ୍ଷସର ଜାଲରେ ଛନ୍ଦି ହୋଇଛି ପୁରା ରାଜ୍ୟ । ଦିନକୁ ୨ ହଜାର ପରେ ସଂକ୍ରମଣ ଏବେ ଚିହ୍ନଟ ହେବାରେ ଲାଗିଛିନ୍ତି । ମଙ୍ଗଳବାର ପୁଣି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୭୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂଖ୍ୟା ୮୪ ହଜାର ୨୩୧ରେ ପହଞ୍ଚିଛି  । ସେହିଭଳି ୫୬ ହଜାର ୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬ ହଜାର ୮୨୬ ଜଣ ଏବେ ସକ୍ରିୟ ରହିଛନ୍ତି । ତେବ ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବହୁମାତ୍ରାରେ ବଢ଼ିଛି । ଏବେ ମୋଟ ୧୪ ଲକ୍ଷ ୨୧ହଜାର ୯୫୮ କରୋନା ଟେଷ୍ଟ କରାଯାଇଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୪୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୨୯, ଭଦ୍ରକରୁ ୫୮, ବଲାଙ୍ଗିରରୁ ୧୪, ବୌଦ୍ଧରୁ ୧୧, କଟକରୁ ୨୪୭, ଦେବଗଡ଼ରୁ ୬, ଢ଼େଙ୍କାନାଳରୁ ୧, ଗଞ୍ଜାମରୁ ୨୧୨, ଗଜପତିରୁ ୬୦, ଜଗତସିଂହପୁରରୁ ୧୦୧, ଯାଜପୁରରୁ ୨୧୭, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୯୫, କେନ୍ଦ୍ରାପଡ଼ାରୁ ୯୭, କେନ୍ଦୁଝରରୁ ୨୮, କୋରାପୁଟରୁ ୧୭୪, ମାଲକାନାଗିରିରୁ ୧୦୧, ମୟୂରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୨୭, ନୟାଗଡ଼ରୁ ୧୦୩, ନୂଆପଡ଼ାରୁ ୮, ପୁରୀରୁ ୧୪୪, ରାୟଗଡ଼ାରୁ ୧୭୭, ସମ୍ବଲପୁରରୁ ୫୫, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply