ଅପରେସନ ଅଜୟ: ଚତୁର୍ଥ ପର୍ଯ୍ୟାୟରେ ଭାରତ ଫେରିଲେ ୨୭୪

1 min read

ନୂଆଦିଲ୍ଲୀ: ଗାଜାରେ ଭୟଙ୍କର ସ୍ଥିତି । ଆକାଶରୁ ଖସୁଛି ମୃତ୍ୟୁର ଦୂତ ସାଜି ରକେଟ୍ । ଇସ୍ରାଏଲ ରକେଟ ମାଡ଼ରେ ଛାରଖାର ହେଉଛି ଗାଜା ପଟ୍ଟି ଓ ଯାଉଛି ଶହ ଶହ ଲୋକଙ୍କ ଜୀବନ । ଏମିତି ସ୍ଥିତିରେ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟକୁ ତ୍ବରିତ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟଙ୍କୁ ସୁରକ୍ଷିତ ଯୁଦ୍ଧଭୁମିରୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବାକୁ ଚାଲିଛି ଅପରେସନ ଅଜୟ । ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟରେ ଫେରିଛନ୍ତି ୨୭୪ ଭାରତୀୟ ।

ଭାରତୀୟ ବାୟୁସେନା ଯୁଦ୍ଧକାଳୀନ ଭିତ୍ତିରେ ଯୁଦ୍ଧଭୂମିରୁ ଭାରତୀୟଙ୍କ ଉଦ୍ଧାରରେ ଲାଗି ପଡ଼ିଛି । ଚତୁର୍ଥ ପର୍ଯ୍ୟାୟ ୨୭୪ ଜଣ ଭାରତୀୟ ସ୍ବଦେଶ ଫେରିଛନ୍ତି । ସ୍ବତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ ।

ତୃତୀୟ ପର୍ଯ୍ୟାୟରେ ଫେରିଥିଲେ ୧୯୭ ଜଣ ଭାରତୀୟ । ସ୍ବଦେଶ ଫେରିବା ପରେ ଯୁଦ୍ଧଭୂମିରେ ତାଙ୍କର ଅନୁଭୂତି ବଖାଣିଛନ୍ତି ଏମାନେ । ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସି ରହିଛନ୍ତି ୧୮ ହଜାର ଭାରତୀୟ ।