ତାତିରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୨୭ ସହରର ତାପମାତ୍ରା

1 min read

ଭୁବନେଶ୍ୱର: ମାଟିରେ ତାୱା ଥୋଇଲେ, ବିନା ନିଆଁରେ ଅମଲେଟ ହୋଇ ଯାଉଛି ।  ଆକାଶକୁ ସୂର୍ଯ୍ୟ ଆସିଲେ ଡ଼ର ଲାଗୁଛି  । ଚା ପିଇବା ସମୟରେ ଥଣ୍ଡା ପାନୀୟ ଜଳର ଆବଶ୍ୟକ ପଡୁଛି  । କାରଣ ସକାଳ ୯ଟାରୁ ହିଁ ଆକାଶରୁ ଖସୁଛି ନିଆଁ ଝୁଲ  । ଘର ବାହାରକୁ ବାହାରିବା ସମ୍ଭବପର ହେଉ ନାହିଁ । ସମଗ୍ର ଓଡିଶା ଏବେ ତତଲା ତାୱାରେ ଭାଜି ହେଉଛି  । ଉପକୂଳରୁ ଉତ୍ତର ଓଡ଼ିଶା  । ପଶ୍ଚିମରୁ ମଧ୍ୟ ଓଡ଼ିଶା ସବୁଠି ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି  । ଲଗାତାର ତିନି ଦିନ ଧରି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରେକର୍ଡ ହୋଇଥିବାବେଳେ ଆଜି ରାଜ୍ୟର ୨୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି  ।

ଆଜି ବଲାଙ୍ଗୀରରେ ରେକର୍ଡ ହୋଇଛି ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା  । ରାଜଧାନୀ ଭୁବନେଶ୍ୱର ୪୦.୮ , ବାଲେଶ୍ୱର: ୩୯.୦,  କଟକ: ୪୦.୨ , ଅନୁଗୁଳ: ୪୩.୭, ବାରିପଦା: ୪୩.୨, ଝାରସୁଗୁଡା: ୪୩.୨, ଗୋପାଳପୁର: ୩୧.୪ , ବଲାଙ୍ଗୀର: ୪୪.୦ , ଯାଜପୁର: ୪୧.୨ କେନ୍ଦ୍ରାପଡ଼ା: ୪୨.୨, ମାଲକାନଗିରି: ୪୦.୦, ସମ୍ବଲପୁର: ୪୩.୦ , ପାରାଦ୍ୱୀପ: ୩୩.୫ , ପୁରୀ: ୩୩.୦ , ଚାନ୍ଦବାଲି: ୪୦.୩ କେନ୍ଦୁଝର: ୪୦.୮  ରେକର୍ଡ ହୋଇଛି  ।

ସେହିପରି ବାରିପଦା- ୪୩.୨, ସୁନ୍ଦରଗଡ଼ ୪୨.୫, ହିରାକୁଦ-୪୨.୬, ଭବାନୀପାଟଣା-୪୨.୫,ଟିଟିଲାଗଡ଼- ୪୩.୮, ତାଲଚେର-୪୩.୦, ଭଦ୍ରକ ୪୨.୫,  ଢେଙ୍କାନାଳ- ୪୦.୫, ଦେବଗଡ଼-୪୨.୬, ବରଗଡ଼-୪୨.୦, ନୂଆପଡ଼ା-୪୧.୦, ଖୋର୍ଦ୍ଧା- ୪୨.୦, ସୁବର୍ଣ୍ଣପୁର- ୪୩.୪, ବୌଦ୍ଧ-୪୨.୫, ନୟାଗଡ଼- ୪୧.୦, ପାରଳାଖେମୁଣ୍ଡି-୪୦.୦ ଏବଂ ମାଲକାନଗିରିରରେ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି  ।

ଏଭଳି ଟାଣ ଖରାରେ ଯୁବକ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି । ସକାଳ ୮ଟାରୁ ୧୧ଟା ମଧ୍ୟରେ ୭ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢୁଥିବାବେଳେ । ସେପଟେ ଘଣ୍ଟାରେ ୧୦ଟା ବାଜିଲେ ଶୂନଶାନ ହେଇଯାଉଛି ରାସ୍ତାଘାଟ। ଏଭଳି ଏକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି  । ଆସନ୍ତା ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି  ।