ଭାରମାସ୍ୟ ହରାଇ ଘାଟିରୁ ଖସିପଡ଼ିଲା ଯାତ୍ରୀବାହୀ ବସ୍, ୨୭ ଯାତ୍ରୀଙ୍କ ମୃ୍ତ୍ୟୁ

ଓ୍ୱାଶିଂଟନ: ଆମେରିକା ମେକ୍ସିକୋରେ ଦୁର୍ଘଟଣା । ଭାରମାସ୍ୟ ହରାଇ ଘାଟିରୁ ଖସିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨୭ ଜଣ ଯାତ୍ରୀଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ, ୧୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ବସଟି ମେକ୍ସିକୋ ସିଟିରୁ ଓକ୍ସାକାର ୟୋସୁଣ୍ଡୁଆ ଅଭିମୁଖେ ଯାତ୍ରା କରୁଥିଲା ବେଳେ ଘଟିଛି ଦୁର୍ଘଟଣା । ତେବେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। କ୍ରେନ ସାହାଯ୍ୟରେ ବସଟିକୁ ଉଠାଯାଇଥିଲା ।