spot_img

Latest Posts

ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚାଇନାରେ ୨୭ ଯୁଦ୍ଧ ବିମାନ

ତାଇୱାନକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଚରମ ସୀମାରେ । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଚାଇନା ଆହୁରି ଉଗ୍ର ହୋଇଛି । ନାନ୍ସି ତାଇୱାନରୁ ଯିବା ପରେ ଚୀନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି । ଆଜି ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡ଼ାଣ କରିଛି ଚାଇନାର ୨୭ଟି ଯୁଦ୍ଧ ବିମାନ।

ଗତକାଲି ନାନ୍ସି ତାଇପେଇରେ ପହଞ୍ଚିବା ପୂର୍ବରୁ ଚାଇନା ସୀମାନ୍ତ ଅଞ୍ଚଳରେ ୨୧ଟି ଯୁଦ୍ଧ ବିମାନ ଉଡ଼ାଇଥିଲା। ଏବେ ଏହି ସଂଖ୍ୟା ବୃଦ୍ଧି କରିଥିବା ତାଇୱାନ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ କହିଛି ଯେ ପିଏଲଏର ୨୭ଟି ଯୁଦ୍ଧ ବିମାନ ରିପବ୍ଲିକ ଅଫ ଚାଇନାର ଚାରିପାଖରେ ଥିବା ଅଞ୍ଚଳଗୁଡ଼ିକରେ ପ୍ରବେଶ କରିଛି। ଚାଇନା ପକ୍ଷରୁ ୬ଟି ଜେ-୧୧ ଯୁଦ୍ଧ ବିମାନ, ୫ଟି ଜେ-୧୬ ଯୁଦ୍ଧ ବିମାନ ଓ ୧୬ଟି ଏସ୍‌ୟୁ-୩୦ ଯୁଦ୍ଧ ବିମାନକୁ ଏକକାଳୀନ ଉଡ଼ାଣ କରାଯାଇଥିଲା। ଏଗୁଡ଼ିକ ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶି ଦୀର୍ଘ ସମୟ ଧରି ଚକ୍କର ମାରିଥିଲେ।

Latest Posts

Don't Miss