spot_img

Latest Posts

26th January Violence: ଲାଲ୍ କିଲ୍ଲାରେ ହିଂସା ଘଟଣାରେ ଇକବାଲ୍ ସିଂ ଗିରଫ୍, ଫେସବୁକ ଲାଇଭ କରି ଉସକାଉଥିଲେ

ନୂଆଦିଲ୍ଲୀ: ଲାଲ୍ କିଲ୍ଲାରେ ହିଂସା ଘଟଣାରେ ଆଉ ଜଣେ ଗିରଫ। ମୁଖ୍ୟ ଅଭିଯୁକ୍ତ ଦୀପ୍ ସିଦ୍ଧୁଙ୍କ ପରେ ଆଜି ଲୁଧିଆନାର ଇକବାଲ୍ ସିଂଙ୍କୁ ଦିଲ୍ଲୀ ପୋଲିସର ସ୍ପାଶାଲ ସେଲ୍ ଗିରଫ କରିଛି। ଇକବାଲଙ୍କ ନାଁରେ ୫୦ହଜାର ଟଙ୍କାର ପୁରସ୍କାର ରହିଥିଲା।

ସୂଚନା ଅନୁଯାୟୀ ପଞ୍ଜାବର ହୁସିୟାରପୁରରୁ ଇକବାଲଙ୍କୁ ଗିରଫ କରାଯାଇଛି। ଗଣତନ୍ତ୍ର ଦିବସରେ ଲାଲ୍ କିଲ୍ଲାରେ ହିଂସା ପାଇଁ ଇକବାଲ୍ ଲୋକମାନଙ୍କୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଲାଲ୍ କିଲ୍ଲାରେ ହିଂସା ବେଳେ ସେ ଫେସବୁକ ଲାଇଭ୍ କରିବା ସହ ଲୋକମାନଙ୍କୁ ହିଂସା ପାଇଁ ଉସୁକାଉଥିଲେ। ଏହାସହ ଲାଲ୍ କିଲ୍ଲାରେ ‘ନିଶାନ ସାହିବ’ ଝଣ୍ଡା ଲଗାଇବାକୁ ମଧ୍ୟ ସେ ଆନ୍ଦୋଳନକାରୀଙ୍କୁ ଉସକାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଆକ୍ଟର ଦୀପ୍ ସିଦ୍ଧୁଙ୍କୁ ଗତକାଲି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଥିଲା । ୨୬ ଜାନୁୟାରୀ ପରଠାରୁ ଦୀପ୍ ଫେରାର ଥିଲେ। ତାଙ୍କ ନାମରେ ପଞ୍ଜାବ ପୋଲିସ  ୧ଲକ୍ଷ ଟଙ୍କାର ପୁରସ୍କାର ରାଶିବି ଘୋଷଣା କରିଥିଲା। ହେଲେ ପେସାଦାର ଅପରାଧୀ ଭଳି ପୋଲିସକୁ ଚକମା ଦେଇ ଫେରାର ରହୁଥିଲା ସିଦ୍ଧୁ। ହିଂସା ଘଟାଇବା ପରେ ୧୪ ଦିନ ଧରି ଫେରାର ରହିଥିଲା ଦୀପ ସିଦ୍ଧୁ।

 

Latest Posts

Don't Miss