spot_img

Latest Posts

କମୁଛି କରୋନା ସଂକ୍ରମଣ, ଚିହ୍ନଟ ହେଉଛନ୍ତି କମ୍‌ ସଂଖ୍ୟକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଖସୁଛି କରୋନା ପାରା । ଦୁଇଦିନ ହେବ ରେକର୍ଡ ଠାରୁ କମ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଆଜି ୨୬୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୧୯ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ୨ ଲକ୍ଷ ୩୮ ହଜାର ୩ ଜଣ ମୋଟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬୪ ହଜାର ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ରାଜ୍ୟରେ ୩୦ ହଜାର ୬୧୦ ଜଣ ସଂକ୍ରମିତ ରହିଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୮ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨୬, ବାଲେଶ୍ୱରରୁ ୭୦, ବରଗଡ଼ରୁ ୬୮, ଭଦ୍ରକରୁ ୯୭, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୧୩, କଟକରୁ ୨୧୪, ଦେଓଗଡ଼ରୁ ୧୮, ଢ଼େଙ୍କାନାଳରୁ ୩୬, ଗଜପତିରୁ ୧୧, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୬୮, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୬୮, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୧୫୧, କେନ୍ଦୁଝରରୁ ୫୧, କୋରାପୁଟରୁ ୩୯, ମାଲକାନାଗିରିରୁ ୩୨, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୭୨, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୧୫୯, ପୁରୀରୂ ୧୨୪, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୭୩, ସୋନପୁରରୁ ୬୯, ସୁନ୍ଦରଗଡ଼ରୁ ୮୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Latest Posts

Don't Miss