ଭାରତରେ ୩୦ ହଜାର ତଳକୁ ଖସିଲା ଦୖେନିକ କରୋନା ସଂକ୍ରମଣ
1 min readନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୨୬ ହଜାର ୩୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୭ ଜଣଙ୍କର ମୃତ୍ୟୁ ହୋଇଛି । ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୯ ଲକ୍ଷ ୩୨ ହଜାର ୫୪୮ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୦୯୬ରେ ପହଞ୍ଚିଛି । ଦେଶରେ କରୋନା ଆକ୍ଟିଭ କେସ୍ ୩ ଲକ୍ଷ ୩୨ ହଜାର ୦୦୨ ଥିବା ବେଳେ ସୁସ୍ଥ ହେଲେଣି ୯୪ ଲକ୍ଷ ୫୬ ହଜାର ୪୪୯ ଜଣ ।
With 26,382 new #COVID19 infections, India's total cases rise to 99,32,548
With 387 new deaths, toll mounts to 1,44,096. Total active cases at 3,32,002
Total discharged cases at 94,56,449 with 33,813 new discharges in the last 24 hours. pic.twitter.com/MJHtUUERl0
— ANI (@ANI) December 16, 2020
ସେହିପରି ଦିନକରେ କେରଳରେ ସର୍ବାଧିକ ୫ହଜାର ୨୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୮ଲକ୍ଷ ସଂକ୍ରମିତ ଥିବା ବେଳେ ୪୮ହଜାର ୩୩୯ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ଟପିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୮ ଲକ୍ଷରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।