କରୋନା ସହ ଲଢ଼ି ଜିତିଲା ୨୬ ଦିନର ଶିଶୁ
1 min readନୂଆପଡ଼ା: କରୋନା କରୋନାକୁ ହରାଇଲା ୨୬ ଦିନର ଶିଶୁ । ମହାମାରୀ ସହ ୭ ଦିନ ସଂଘର୍ଷ କରି କରୋନାକୁ ମାତ ଦେଇଛି ନବଜାତକ ଶିଶୁଟି । ନୂଆପଡା ଜିଲ୍ଲା ସଦର ବ୍ଲକର ଏ ଘଟଣା । ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଗତ ୧୨ ତାରିଖରେ ତାଙ୍କୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
A preterm LBW baby was admitted to SNCU, Nuapada with Covid infection.
The baby was treated with Oxygen,blood transfusion & the best possible care from our paediatricians and medical staff.
The baby has recovered completely & going to be discharged from hospital today@CMO_Odisha pic.twitter.com/Gj7edOZuUr— Collector & DM, Nuapada (@DM_Nuapada) May 18, 2021
ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ଶିଶୁ ୱାର୍ଡର ଏସଏନସିୟୁରେ ଭର୍ତ୍ତି କରାଯାଇ ଥିଲା । ତେବେ ୧୮ ତାରିଖରେ ସେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚିକିତ୍ସା ବେଳେ ଶିଶୁଟିକୁ ଅକ୍ସିଜେନ୍, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଆଦି ଦିଆଯାଇଥିଲା ।