spot_img

Latest Posts

ପାକିସ୍ତାନର କୁଖ୍ୟାତ୍ ଆତଙ୍କବାଦୀ ଗିରଫ

ଲାହୋର: ଗିରଫ ହେଲା ଲଶ୍କରର ଅପରେସନ୍ କମାଣ୍ଡର ଜାକି-ଉର-ରେହମାନ ଲଖବି। ଗତକାଲି ପାକିସ୍ତନରେ ଲାହୋରରୁ ଲାଖଭିକୁ ଗିରଫ କରାଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଲାଖଭି ମାଷ୍ଟରମାଇଣ୍ଡ ଥିବାବେଳେ ମିଳିତ ଜାତିସଂଘରେ ତାକୁ  ଆତଙ୍କବାଦୀ ଭାବରେ ନାମିତ କରାଯାଇଥିଲା।

ସୂଚନା ମୁତାବକ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ମାମଲାରେ ଲାଖଭିକୁ ଗିରଫ୍ କରାଯାଇଛି। ୨୦୧୫ରେ ପାକିସ୍ତାନ ସରକାର ଲଖବିକୁ ଗିରଫ କରିଥିଲା। ହେଲେ ତା ବିରୋଧରେ ଠୋସ୍ ପ୍ରମାଣ ନଥିବା ଦର୍ଶାଇ ତାକୁ ମୁକ୍ତ କରିଥିଲା ପାକିସ୍ତାନ ସରକାର। ଜେଲରୁ ଫେରିବା ପରେ ବି ଲଖବି ଆତଙ୍କବାଦର ନେତୃତ୍ୱ ନେଉଥିଲା।

ସୂଚନାଯୋଗ୍ୟ, ଆତଙ୍କବାଦୀ ହାଫିଜ୍ ସଇଦ ସହ ମିଶି ଜାକି-ଉର-ରେହମାନ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପ୍ଲାନ୍ କରିଥିଲା। ଏହି ଆକ୍ରମଣରେ ଶତାଧି୍କ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।

 

Latest Posts

Don't Miss