ଓଡ଼ିଶାରୁ ମଥୁରା ଯାଉଥିବାବେଳେ ଆଗ୍ରାରୁ ଧରାପଡ଼ିଲା ୨୫୫ କିଲୋ ଗଞ୍ଜେଇ

1 min read

ଆଗ୍ରା: କ୍ୟାଣ୍ଟରରେ ଓଡ଼ିଶାରୁ ଆଗ୍ରା ଯାଉଥିଲା ଗଞ୍ଜେଇ । STF ମିରଟ ୟୁନିଟ୍‌ ଏବଂ ଅଛନେରା ପୁଲିସ୍‌ ସୋମବାର ନ୍ୟୁ ଦକ୍ଷିଣୀ ବାଇପାସରେ କ୍ୟାଣ୍ଟରକୁ ଘେରାଉ କରିଥିଲେ । ଏତେ ପରିମାଣର ଗଞ୍ଜେଇ ଦେଖି ପୁଲିସଙ୍କ ହୋଶ୍‌ ଉଡ଼ିଗଲା । ସୂଚନା ଅନୁସାରେ କ୍ୟାଣ୍ଡରରୁ ୨୫୫ କିଲୋର ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ।

ପଶ୍ଚିମ ଏସପି ସତ୍ୟଜିତ ଗୁପ୍ତାଙ୍କ କହିବା ହେଉଛି ସୋମବାର ମିରଟ ୟୁନିଟ୍‌ ଏବଂ ଅଛନେରା ପୋଲିସ୍‌ ଦକ୍ଷିଣୀ ପାଇପାସରେ କ୍ୟାଣ୍ଡରକୁ ଅଟକାଇବା ପରେ ସେଥିରୁ ୨୫୫ କିଲୋ ୩୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି । ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି । ଏଥିରେ ଅଲିଗଡ଼ର ଏବଂ ମଥୁରାର ଦୁଇ ଜଣ ସଂପୃକ୍ତ ଅଛନ୍ତି । ସୂଚନା ଅନୁସାରେ ଏହି ଗଞ୍ଜେଇ ଓଡ଼ିଶାରୁ ଚୋରା ଚାଲାଣ ହେଉଥିଲା । ଗଞ୍ଜେଇ ନେବା ପାଇଁ କିଛି ଦିନ ପୂର୍ବରୁ ଓଡ଼ିଶା ପଠା ଯାଇଥିଲା କ୍ୟାଣ୍ଟର । କ୍ୟାଣ୍ଟରକୁ ଚାଲାକି କରି ଜଙ୍ଗଲ ମଧ୍ୟ ନିଆଯାଇଥିଲା । ସେଠାରେ ମାଲ ଲୋଡ୍‌ ହେବାପରେ ଛତିଶଗଡ଼ ସୀମା ଦେଇ ଛାଡ଼ିଦିଆଗଲା ।

ତେବେ ଏହା ନୂଆ ନୁହେଁ । ଆଗ୍ରାରେ ବାରମ୍ବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି । ଛୋଟ ଛୋଟ ଚୋରାଚାଲାଣକାରୀ ଧରା ପଡ଼ୁଥିବାବେଳେ ବଡ଼ ବଡ଼ ଅପରାଧୀ ଖସି ଯାଉଛନ୍ତି ।