ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ଯୁବକ ଯୁବତୀ

ନୂଆପଡ଼ା: ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ଯୁବକ ଯୁବତୀ । ନୂଆପଡା ଖରିଆର ରୋଡ ଗୁରୁ କୁଳ ଆଶ୍ରମ ଆମସେନା ଠାରେ ଅନୁଷ୍ଠିତ ହୋଇଥିଲା ସାମୁହିକ ବିବାହ ଉତ୍ସବ । ଏହି ସାମୁହିକ ବିଭାଗ ଆୟୋଜନ କରିଥିଲେ ଓଡ଼ିଶା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ତାଙ୍କ ପତ୍ନୀ କଳ୍ପନା ଢୋଲକିଆ ।
ଦୀର୍ଘ ୧୧ ବର୍ଷ ଧରି ଏପରି ସାମୁହିକ ବିବାହ କରି ଆସୁଥିବା ବେଳେ ଏଥର ୨୫ ଯୋଡା ବରକନ୍ୟାଙ୍କ ସାମୁହିକ ବିବାହ ଆଡମ୍ବର ଶହ ସଂପୂର୍ଣ୍ଣ ହୋଇଛି । ଏପରି ବିବାହରେ ସାମିଲ ହୋଇ ବେସ ଖୁସି ପ୍ରକାଶ କରିଛନ୍ତି ବର କନ୍ୟା ।