ଭାରତରେ ମୋବାଇଲ ସେବାକୁ ପୂରିଛି ୨୫ ବର୍ଷ : ଯେବେ ସୁଖରାମ୍ ଜ୍ୟୋତିବାସୁଙ୍କୁ କହିଲେ ‘ହାଲୋ’, ଜାଣନ୍ତୁ ପୁରା ଘଟଣା…….

1 min read

ସ୍ମାର୍ଟ ଫୋନ୍ ବିକ୍ରି ପାଇଁ ଭାରତ ଏକ ବଡ ବଜାର । କେବଳ ବଡ ନୁହେଁ ଦାମୀ ବଜାର ମଧ୍ୟ । ଭାରତୀୟମାନେ ଦାମୀ ଫୋନ୍ କିଣିବାରେ ବେଶ ଆଗରେ । ତେବେ ଏହି  ମୋବାଇଲ ସେବା କ୍ରାନ୍ତି ଆରମ୍ଭ ହେବାକୁ ୨୫ ବର୍ଷ ପୂରିଛି । ଜୁଲାଇ ୩୧ ତାରିଖ ୧୯୯୫ ମସିହାରେ ଭାରତରେ ପ୍ରଥମ ମୋବାଇଲ କଲ୍ ହୋଇଥିଲା । ତା’ ପୂର୍ବରୁ ଭାରତୀୟ ଲ୍ୟାଣ୍ଡ ଫୋନ୍ ଭରସାରେ ଥିଲେ । ତେବେ ପ୍ରଥମ ମୋବାଇଲ ଫୋନ୍ ସେତେବେଳର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତି ବାସୁ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ସୁଖରାମ୍ ସହ କଥା ହୋଇଥିଲେ । ଏହା ଥିଲ ଦେଶର ପ୍ରଥମ ମୋବାଇଲ ବାର୍ତ୍ତାଳାପ ।

ତେବେ ନୂଆ ମୋବାଇଲର ସମୟ ଅଲଗା ଥିଲେ । ଦେଶର ମେଟ୍ରୋପୋଲିୟନ୍ ସିଟିରେ ହିଁ ପ୍ରାଥମିକ ପର୍ଯ୍ୟାୟରେ ମୋବାଇଲ ସେବା ଅନୁମତି ମିଳିଥିବା ବେଳେ ଦେଶ ପାଇଁ ୮ଟି କମ୍ପାନୀଙ୍କୁ ଅନୁମତି ମିଳିଥିଲା । ତେବେ ପ୍ରଥମ ଦୂରସଞ୍ଚାର ସେବା ଯୋଗାଇଥିବା ସଂସ୍ଥା ଥିଲା ମୋଦୀ ଟେଲଷ୍ଟ୍ରା ଓ ମୋବାଇଲ ଫୋନ ଥିଲା ନୋକିଆ-କନେକଟିଂ ପିପୁଲ୍ । ତେବେ ପ୍ରାଥମିକ ସ୍ତରରେ ଏହି ମୋବାଇଲର କଥା ହେଲେ ମିନିଟ୍ ପିଛା ୮ଟଙ୍କା ୪୦ ପଇସା ଦେବାକୁ ପଡୁଥିଲେ, ମୋବାଇଲ ଟ୍ରାଫିକ୍ ଆଓ୍ୱାରରେ ମିନିଟ ପିଛା ଦର ୧୬ ଟଙ୍କା ୮୦ ପଇସା ହୋଇଯାଏ । ସେହିଭଳି ଉଭୟ ଇନକମିଂ ଓ ଆଉଟ୍ ଗୋଇଙ୍ଗି ପାଇଁ କମ୍ପାନୀ ଚାର୍ଜ କରୁଥିଲା ।  ତେବେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ମୋବାଇଲ ନେଟ୍ ସର୍ଭିସ ଯୋଗାଉଥିବା ସଂସ୍ଥା ଢେର ବର୍ଷ ପର୍ଯ୍ୟନ୍ତ ଉଭୟ ଇନକମିଂ ଓ ଆଉଟ୍ ଗୋଇଙ୍ଗି ପାଇଁ ଚାର୍ଜ କରୁଥିଲେ । ତେବେ ପ୍ରଥମେ ବଜାରକୁ ଆସିଥିବା ମୋବାଇଲ ପାଖାପାଖି ୪୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ପ୍ରଥମେ ମୋବାଇଲ ଏତେ ମାତ୍ରାରେ ସାଧାରଣ ଲୋକଙ୍କ କ୍ରୟସାପେକ୍ଷ ହୋଇନଥିଲେ ନୂଆ ମୋବାଇଲକୁ ନେଇ ବଜାରରେ ନୂଆ ଏକ ଉତ୍ସାହ ରହିଥିଲା ।

୨୫ ବର୍ଷ ତଳର ମୋବାଇଲ ସେବା ଓ ଏବେକାର ସେବା ଭିତରେ ଆକାଶ ପାତାଳ ତଫତା ହେଲାଣି । ଏବେ ଡାଟା ଓ ମୋବାଇଲ ଏତେ ଶସ୍ତା ଯେ ଭାରତୀୟ ବଜାର ସହ ପ୍ରତିଦ୍ୱନ୍ଦିତା କରିବା ସମ୍ଭବ ହୋଇନାହିଁ । ଭାରତୀୟ ବଜାରରେ ନିବେଶ କରି ବିଦେଶୀ ଉଦ୍ୟୋଗ ଶସ୍ତା ମୋବାଇଲ ପ୍ରସ୍ତୁତ କରୁଛନ୍ତି । ଯାହା ଭାରତୀୟଙ୍କ ପାଖରେ ମୋବାଇଲ ପହଞ୍ଚାଇବା ଆହୁରି ସହଜ କରିଛି ।

Leave a Reply