ଥାନାରେ ନିଆଁ ଲାଗି ୨୫ରୁ ଅଧିକ ଗାଡ଼ି ଜଳି ପାଉଁଶ

Massive Fire In Battery Manufacturing Company Faridabad

ଗୁଜୁରାଟ : ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ।  ନିଆଁ ଲାଗି ୨୫ରୁ ଅଧିକ ଗାଡ଼ି ଜଳି ପାଉଁଶ ହୋଇଯାଇଛି । ଗତକାଲି ଖେଡ଼ା ଥାନାରେ ହଠାତ୍ ନିଆଁ ଲାଗିଥିଲା  । ନିଆଁ ଲାଗିବା କ୍ଷଣି ଥାନାର ପାଖଆଖ ଅଞ୍ଚଳରେ ଥିବା ସମସ୍ତ ଗାଡ଼ି ଜଳିଯାଇଥିବା ଖବର ମିଳିଛି  । ଏଥିରେ ୨୫ଟି ଗାଡ଼ି ପୋଡ଼ିଯାଇଥିବା କୁହାଯାଉଛି । ନିଆଁକୁ ଆୟତ୍ତ କରିବା ଲାଗି ସଙ୍ଗେ ସଙ୍ଗେ ଦମକଳବାହିନୀଙ୍କୁ ଖବର ଦିଆଯାଇଥିଲା  । ମାତ୍ର ସେତେବେଳକୁ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା  ଏବଂ ଏହାକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା  ।

ସୂଚନାରୁ ଅନୁସାରେ ଘଟଣାରେ କୈାଣସି ବ୍ୟକ୍ତି କ୍ଷତି ନ ହୋଇଥିବା ଜଣାପଡ଼ିଛି  । ବର୍ତ୍ତମାନ ସୁଦ୍ଧା ଥାନାରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା କଥା ଥାନାର ଜଣେ ବରିଷ୍ଠ କର୍ମଚାରୀ ସୂଚନା ଦେଇଛନ୍ତି  । ଖୁବ୍ ଶୀଘ୍ର ଯାଞ୍ଚ କରାଯାଇ ଏହାର କାରଣ ସ୍ପଷ୍ଟ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି  । ନିଆଁ ଏତେ ପରିମାଣରେ ବଢ଼ିଯାଇଥିଲା ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇଯାଇଥିଲା  ।

Leave a Reply