ନିର୍ଭୟା ମାମଲର ଦୋଷୀ ଥିବା ଜେଲ୍‌ରେ ନଷ୍ଟ ହେଉଛି ୨୦ରୁ ୨୫ ହଜାର ରୁଟି: ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀମାନେ ରହୁଥିବା ତିହାଡ ଜେଲରେ ପ୍ରତିଦିନ ନଷ୍ଟ ହେଉଛି ୨୦ରୁ ୨୫ ହଜାର ରୁଟି । ଆଉ ଏହି ଜେଲରେ ନିର୍ଭୟାର ଦୋଷୀଙ୍କୁ ମଧ୍ୟ ରଖାଯାଇଛି । ଯାହାଙ୍କୁ ଆସନ୍ତା ଫେବ୍ରୁଆରୀ ପହିଲାରେ ଫାଶୀ ଦିଆଯିବ । ଏଠାରେ ପ୍ରତିଦିନ ନଷ୍ଟ ହେଉଥିବ ରୁଟିରେ ଅତି କମ୍‌ରେ ୪ରୁ ୫ ହଜାର ଲୋକଙ୍କ ପେଟ ପୂରିଥାନ୍ତା । ବହୁ କଏଦୀ ଖାଉନଥିବା ଯୋଗୁ୍ଁ ଏଭଳି ରୁଟି ନଷ୍ଟ ହେଉଛି । ବହୁ ବର୍ଷ ଧରି ଏଠାରେ ଏଭଳି ଚାଲିଆସୁଛି । କେବଳ ରୁଟି ନୁହେଁ ଡାଲି ଓ ଭାତ ମଧ୍ୟ ଏଠାରେ ନଷ୍ଟ ହେଉଛି ।

            ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଜେଲ୍‌ରେ ୧୮ ଜଣ କଏଦୀ ରହୁଛନ୍ତି । ଏମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୨୦ରୁ ୨୫ ହଜାର ରୁଟି ନଷ୍ଟ ହେବା ସତ୍ତ୍ୱେ ଏନେଇ ଜେଲ୍‌ର କୌଣସି ଉଚ୍ଚ ପଦାଧିକାରୀ ଘଟଣାକୁ ଗମ୍ଭୀରତାର ସହ ନେଉନାହାନ୍ତି ।

ଜେଲ୍‌ ନିୟମାନୁସାରେ ହିଁ  ସମସ୍ତ କଏଦୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସେମାନେ ଖାଅନ୍ତୁ ଅବା ନଖାଅନ୍ତୁ । ବଳିଯାଉଥିବା ରୁଟିକୁ ଅନାଥ ଆଶ୍ରମ ଓ ପିଲାମାନଙ୍କୁ ବାଣ୍ଟି ଦିଆଯାଉଛି । ତଥାପି ବହୁ ସଂଖ୍ୟାରେ ରୁଟି ଖରାପ ହୋଇଯାଏ ।

            ପ୍ରକୃତ ସମସ୍ୟା ହେଉଛି ଜେଲ୍‌କୁ ଆସିବା ପରେ ଅଧିକାଂଶ କଏଦୀଙ୍କ ଭୋକ ମରିଯାଏ । ଅଶାନ୍ତି ମଧ୍ୟରେ ସେ ଖାଦ୍ୟ ଖାଇପାରେ ନାହିଁ । ଏଥି ଯୋଗୁଁ ଖାଦ୍ୟ ବଞ୍ଚିଯାଏ । ଯେଉଁ କଏଦୀ ବହୁ ଦିନ ଧରି ଜେଲ୍‌ରେ ରହିଲେଣି ସେମାନେ ସେମାନଙ୍କ  ପୂରା ଖାଇବା ଖାଇଥାନ୍ତି । ସାଧାରଣତଃ ଜେଲ୍‌ ନଂ ୨ ରେ ବନ୍ଦୀ ନିଜ ଖାଇବା ଖାଇଥାନ୍ତି । କାହିଁକି ନାଁ ସେଠାରେ ଲମ୍ୱା ସମୟ ଧରି ସଜ୍ଜା କଟୁଥିବା କଏଦୀ ରହୁଛନ୍ତି । କିନ୍ତୁ ଅନ୍ୟ ଜେଲ୍‌ର ଖାଇବା ବଳିଯାଇଥାଏ ।

ଗତ ୫ ବର୍ଷ ଏଭଳି ଚାଲିଆସୁଛି । ମଝିରେ ଏଥିରେ ସୁଧାର ଆଣିବେ ନେଇ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଦିଗରେ କିଛି ବିଶେଷ ଧ୍ୟାନ ଦିଆଗଲାନାହିଁ । ଯେଉଁଥିଲାଗି ଏବେ ଏତେ ସଂଖ୍ୟାରେ ରୁଟି ନଷ୍ଟ ହେଉଛି ।

 

Leave a Reply