ବିଜେପୁର ଉପନିର୍ବାଚନ ପାଇଁ ଭୋଟିଂ ଜାରି, ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ

1 min read

ଶାନ୍ତିଶୃଙ୍ଖଳାର ସହ ଚାଲିଛି ବିଜେପୁର ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏ ନେଇ ସୂଚନା ଦେଇଛନ୍ତି । ସବୁବେଳେ ଏଠାରେ ଭଲ ମତଦାନ ହୋଇଥାଏ । ସକ୍ଷମ ବାହନରେ ବିଜେପୁରରେ ଶହେ ବର୍ଷର ମହିଳା ମଧ୍ୟ ଭୋଟ୍ ଦେଇଛନ୍ତି । ୨୮୫ଟି ବୁଥରେ ଚାଲିଛି ମତଦାନ । ବିଜେଡି ପକ୍ଷରୁ ରୀତା ସାହୁ, ବିଜେପିରୁ ସନତ ଗଡତିଆ ଓ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏଥର ପ୍ରାର୍ଥୀ ହୋଇଛନ୍ତି । ସମସ୍ତେ ସକାଳୁ ସକାଳୁ ମତଦାନ କରିଥିଲେ । ')}

Leave a Reply