ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ । ଏହି ଦିବସ ଅବସରରେ ମଦନପୁର ସଂସ୍କୃତି ବିହାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ମିତ ୩ଟି ଏକାଡେମୀ ବ୍ଲକ ଉଦଘାଟନ କରିଛନ୍ତି ନବୀନ । ଏହାସହ ଭାସ୍କର୍ଯ୍ୟ ଉଦ୍ୟାନ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସଂଗ୍ରହାଳୟର ଦୁଇଟି କଫି ଟେବୁଲ୍ ବୁକ୍ ଉନ୍ମୋଚନ କରିଛନ୍ତି ନବୀନ ପଟ୍ଟନାୟକ । ଚିତ୍ରକଳା ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ର କଳା ଫଟୋ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।