‘ବୁଲବୁଲ’କୁ ନେଇ ଭିଡ଼ିଓ କନଫରେନ୍ସ

1 min read

ଓଡ଼ିଶା ଉପକୂଳ ଦେଇ ଗତି କରୁଛି ବାତ୍ୟା ବୁଲ୍‌ବୁଲ୍‌ । ପାରାଦୀପର ୯୫କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୩ କିଲେମିଟର ବେଗରେ ସମୁଦ୍ରରୁ ସ୍ଥଳପଥ ଆଡ଼କୁ ଗତି କରୁଛି ବାତ୍ୟା । ପ୍ରଭାବରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ ଓ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ପବନ ବହୁଛି । ବାତ୍ୟାକୁ ନେଇ ସଜାଗ ହୋଇଛି ପ୍ରଶାସନ ।

ଏନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିଡିଓ କନଫରେନ୍ସ ଜରିଆରେ ଓଡିଶା ଓ ପଶ୍ଚିମ ବଙ୍ଗର ମୁଖ୍ୟ ଶାସନ ସଚିବ ସହ ଆଲୋଚନା କରିଛନ୍ତି । ବାତ୍ୟା ‘ବୁଲବୁଲ୍’ର କ’ଣ ପ୍ରଭାବ ରହିଛି ସେ ନେଇ ଆଲୋଚନା କରାଯାଇଛି । ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକରେ ଅଧିକ ବର୍ଷା ହୋଇଥିବା ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।

ଏହାସହ ଭଦ୍ରକ ଧାମରାରେ ୧୧୦ କିମି ବେଗରେ ପବନ ବହୁଥିବା ସୂଚନା ଦେଇଛନ୍ତି ଏସଆରସି । ସନ୍ଧ୍ୟା ସୁଦ୍ଧା ରାସ୍ତା ସଫା କରିବା ପାଇଁ ଟାର୍ଗେଟ ରଖାଯାଇଛି । ୬ଲକ୍ଷ ହେକ୍ଟର ଚାଷଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୪୧୬ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ')}

Leave a Reply