ପୁଣି ୨୪ ଓମିକ୍ରନ ସଂକ୍ରମିତ, ଓଡ଼ିଶାରେ ସଂଖ୍ୟା ଛୁଇଁଲା ୬୧

ଭୁବନେଶ୍ୱର: ଓଡ଼ିଶାରେ ଓମିକ୍ରନ ନେଲାଣି ବିସ୍ପୋରକ ସ୍ଥିତି  ।  ରାଜ୍ୟରେ ଆଜି ଅର୍ଥାତ ବୁଧବାର 24 ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଆଇଏଲଏସ ପକ୍ଷରୁ ପ୍ରଦାନ କରାଯାଇଛି ଏହି ସୂଚନା  ।  ମିଳିଥିନବା ସୂଚନା ମୁତାବକ ୫ ଜଣ ସଂକ୍ରମିତ ବିଦେଶ ଫେରନ୍ତା ହୋଇଥିବାବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି  । ସେପଟେ ଆଜିର ଏମିକ୍ରନ ଚିହ୍ନଟ ପରେ ମାମଲା ୬୧ରେ ପହଁଚିଛି  ।

ଡିସେମ୍ବର ୨୧ ତାରିଖରେ ଓଡିଶାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଏହି ସଂଖ୍ୟା ଷାଠିଏ ପାର କରିଛି  । ସେପଟେ ରାଜ୍ୟ ସରକାର ସମସ୍ତ ସ୍ଥିତିକି ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇ ମଧ୍ୟ ଜାରି କରିଛନ୍ତି  ।  ସାମାଜିକ ଦୂରତା, ମାସ୍କ ପରିଧାନ ସାଙ୍ଗକୁ ଅନ୍ୟ  ସମସ୍ତ କଟକଣା ମାନିବାକୁ ସରକାର ପରାମର୍ଶ ଦେଇଛନ୍ତି  । ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ଆଜି ସଂକ୍ରମିତ ହୋଇଥିବା ୨୪ ଜଣଙ୍କୁ ମଧ୍ୟରୁ ୧୮ ଜଣ ପୁରୁଷ, ୬ ଜଣ ମହିଳା ରହିଛନ୍ତି  । ସମସ୍ତ ଆକ୍ରାନ୍ତ ୧୯ ବର୍ଷରୁ ୬୫ ବର୍ଷ ବୟସ୍କ  । ସର୍ବାଧିକ ବାଲେଶ୍ୱରରୁ ୭ ଜଣ ଚିହ୍ନଟ ହୋଇଛନ୍ତି  । ଯାଜପୁର, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ, ଜଗତସିଂହପୁର ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେପଟେ ସ୍ଥାନୀୟ ସଂକ୍ରମଣ ୧୯ ଜଣ , ୫ ଜଣ ବିଦେଶ ଫେରନ୍ତା ରହିଛନ୍ତି  ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାକିଂ ସରିନାହିଁ  । ସାମ୍ପୁଲ ଟେଷ୍ଟିଂର ୧୨ ପ୍ରତିଶତ ପଜିଟିଭ ରହିଛି  । ସେପଟେ ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା  । ଟିକା ନେଇଥିଲେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି   ।

Leave a Reply