ମାଟ୍ରିମୋନି ସାଇଟରେ ଯୁବକଙ୍କ ଠାରୁ ୨୪ ଲକ୍ଷ ଲୁଟିନେଲେ ଯୁବତୀ

1 min read

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ ଠକିଗଲେ ଆଇଟି ପ୍ରଫେସନାଲ । 24 ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଆଇଟି ପ୍ରଫେସନାଲ । ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କଲେ ଯୁବକ । ଯୁବତୀ ନିଜକୁ ବାଲେଶ୍ଵରର ଝିଅ କହିଥିଲା, ନିଜର ନାମ ପ୍ରିୟା ଗୁପ୍ତା କହୁଥିଲା । କାଲିଫର୍ଣ୍ଣିଆରେ MBBS କରୁଥିବା ମଧ୍ୟ କହିଥିଲା ଝିଅ ।

ମିଳିଥିବା ସୂଚନା ଅନୁସାରେ ଦିଲୀ ବିମାନବନ୍ଦରରେ ବିଦେଶୀ ମୁଦ୍ରା ଆଣି ଫସିଯାଇଥିବା କହି, ଟଙ୍କା ନେଇଥିଲେ  । ଠକେଇର ଶିକାର ହୋଇଥିବା ଯୁବକ ଜଟଣୀ ଅଂଚଳର ବୋଲି ମଧ୍ୟ ଜଣାପଡ଼ିଛି । ବିଭିନ୍ନ କିସ୍ତିରେ ଯୁବକ ଜଣଙ୍କ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।