ଏସଆରସିଙ୍କ କାର୍ଯ୍ଯାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ଭୁବନେଶ୍ବର :  ବାତ୍ୟା ପାଇଁ ଆଲର୍ଟ ମୋଡରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ଏସଆରସିଙ୍କ କାର୍ଯ୍ଯାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ଏହି କଣ୍ଟ୍ରୋଲ ରୁମ୍ ବାତ୍ଯାର ଗତିପଥ ଉପରେ ତୀକ୍ଷଣ ନଜର ରଖୁଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର କାର୍ଯ୍ୟ ଉପରେ ନଜର ରଖିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ । କେଉଁ ଜିଲ୍ଲାକୁ କେତେ ଏନଡିଆରଫ ଓ ଓଡ୍ରାଫ ଟିମ ଯିବେ ସେନେଇ ଯୋଜନା କରାଯାଉଛି । ଉପକୂଳ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ ଏନଡିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ ନିୟୋଜିତ ହେବେ । ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ ଏନଡିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଜିଲ୍ଲାପାଳ ମାନେ ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବା ପରେ ସନ୍ଧ୍ଯାରେ ଜିଲ୍ଲାପାଳଙ୍କ ସହ ଏସଆରସି ବୈଠକ କରିବେ ।  ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ । କିଛି ସମୟ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଆଲୋଚନା କରାଯିବ ।