ଦିଦି ଦେଲେ ସାମ୍ପ୍ରଦାୟିକ ବୟାନ, EC ଦେଲେ ନିର୍ଦେଶ

1 min read

କୋଲକାତା: ଟିଏମସି ସୁପ୍ରିମୋଙ୍କୁ ବଡ଼ ଝଟକା । ୨୪ ଘଣ୍ଟା ପାଇ ପ୍ରଚାର ବ୍ୟାନ କଲେ ନିର୍ବାଚନ କମିଶନ । ଏହି କଟକଣା ଆଜି ରାତି ଅର୍ଥାତ ସୋମବାର ରାତି ୮ ଟାରୁ ମଙ୍ଗଳବାର ରାତି ୮ ପର୍ଯ୍ୟନ୍ତ ବଳବତ୍ତର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ସୂଚନା ମୁତାବକ ଏକ ପ୍ରଚାର ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିନ୍ଦୁ-ମୁସଲିମ ସମ୍ପ୍ରଦାୟକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କଲାଭଳି ପରିସ୍ଥିତି ଉପୁଯାଇବା ନେଇ ଆଶଙ୍କା କରିଛି କମିଶନ । ଏହି ଘଟଣାକୁ ନେଇ ନିର୍ବାଚନ କମିଶନ ମମତା ବାନାର୍ଜୀଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଯେଉଁଥିରେ ମମତା ଚବିଶି ଘଣ୍ଚା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ସ୍ପଷ୍ଟ ଉଲ୍ଲେଖ ରଖିଛନ୍ତି ନିର୍ବାଚନ କମିଶନ ।

ପଶ୍ଚିମବଙ୍ଗ ନିର୍ବାଚନୀ ପାରଦ ପ୍ରତି ମୂହୂର୍ତ୍ତରେ ବଢିବାରେ ଲାଗିଛି  । ସମୟ ଯେତିକି ପାଖଉଛି, ତାତି ସେତେକି ବଢୁଛି  । ଏହାରି ଭିତରେ ସୋମବାର ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାରରେ ହିନ୍ଦୁ-ମୁସଲିମ ନେଇ ଦେଇଛନ୍ତି ବୟାନ  । ଯାହା ସାମ୍ପ୍ରଦାୟିକ ହିଂସା ଘଟଇବା ଭଳି ବୟାନ ବୋଲି ଦର୍ଶାଇଛି ଇସି  । ଏହି ଘଟଣାକୁ ନେଇ ନିର୍ବାଚମ କମିସନ ମମତାଙ୍କୁ ନିକଟକୁ ନୋଟିସ ମଧ୍ୟ ଜାରି କରିଛନ୍ତି  । ଏହାସହ ୨୪ ଘଣ୍ଟା ପାଇଁ ପ୍ରାଚର କରିପାରିବେ ନାହଁ ବୋଲି ନିର୍ଦେଶ ମଧ୍ୟ ଦେଇଛନ୍ତି  । ସେପଟେ ନିର୍ବାଚନ କମିଶନଙ୍କ ଏଭଳି ନିର୍ଦେଶ ନେଇ ଟିଏମସି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି  ।

ଟିଏମସି ସାଂସଦ ଡେରେକ ଓ ବ୍ରାୟନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ନିନ୍ଦନୀୟ  । ନିର୍ବାଚନ କମିଶନ ଦେଇଥିବା ନିର୍ଦେଶ ଗ୍ରହଣୀୟ ନୁହେଁ  । ଏହା ଗଣତନ୍ତ୍ର ପାଇଁ କଳାଦିନ ବୋଲି କହିଛନ୍ତି  । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ନିର୍ବାଚନ ଆୟୋଗଙ୍କୁ ଟାର୍ଗଟ କରି କହିଥିଲେ EC ବଦଳରେ ବର୍ତ୍ତମାନ MCC ରଖାଯାଉ  । ଅର୍ଥାତନ ନିର୍ବାଚନ କମିଶନ ନିଜ ନାମ ବଦଳାଇ ମୋଦି କୋଡ ଅଫ କଣ୍ଡକ୍ଟ ରଖିଦିଅନ୍ତୁ ବୋଲି ଟ୍ବିଟ କରି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ପଶ୍ଚିମବଙ୍ଗର କୁଚ ବିହାର ହିଂସା ନେଇ ମଧ୍ୟ ନିର୍ବାଚନ ଜାରି କରିଛନ୍ତି ନିର୍ଦେଶ  । ଉକ୍ତ ସ୍ଥାନକୁ କୈଣସି ନେତା ପ୍ରବେଶ କରିପାରିବେ ନାହିଁ ବୋଲି କହିଛନ୍ତି କମିଶନ  ।

Leave a Reply