ଯାଜପୁରକୁ ଟପିଲା ଗଞ୍ଜାମ: ଆଉ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ । ଏଥିସହିତ ଗଞ୍ଜାମ ଜିଲ୍ଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଏଥିସହିତ ଖୋର୍ଦ୍ଦା ଜିଲ୍ଲାରୁ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ରାଜ୍ୟର ମୋଟ ୨୦୬ କରୋନା ରୋଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ମୋଟ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁରକୁ ପଛରେ ପକାଇଛି ଗଞ୍ଜାମ । ଯାଜପୁରରୁ ଏଯାବତ୍‌ ୫୫ ଓ ଖୋର୍ଦ୍ଧାରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ପ୍ରବାସୀ ଓଡ଼ିଆ ଏବଂ ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । ଏଣୁ ଜିଲ୍ଲାବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ  । ସୂଚନା ଯୋଗ୍ୟ ଯେ, ଗଞ୍ଜାମରେ କରୋନା ପରିସ୍ଥିତର ମୁକାବିଲା ନେଇ ୩ ଆଇଏଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ସେମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କରୋନା ମୁକାବିଲା ଦିଗରେ କାର୍ଯ୍ୟ କରିବେ ।

Leave a Reply