ଗଞ୍ଜାମର ଗୋଟିଏ ଗାଁରୁ ୨୪ କରୋନା ଆକ୍ରାନ୍ତ ଚିହ୍ନଟ

24 Covid Positive Case In A Day From One Village Of Ganjam

ଦିଗପହଣ୍ଡି: ରାଜ୍ୟରେ ବଢ଼ୁଛି ସଂକ୍ରମଣ । ଗୋଟିଏ ଗାଁରୁ ଚିହ୍ନଟ ହେଲେ ଏକାଧିକ କରୋନା ଆକ୍ରାନ୍ତ । କରୋନାର ପ୍ରକୋପ ଜାରି ରହିଥିବା ବେଳେ ଗଞ୍ଜାମର ଗୋଟିଏ ଗାଁରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବେଲଗଡ଼ ଗାଁରୁ ଗୋଟିଏ ଦିନରେ ୨୪ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି ।

 24 Covid Positive Case In A Day From One Village Of Ganjam

ଏନେଇ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି । ୫ ଜଣଙ୍କ ବୟସ ୧୪ ବର୍ଷରୁ କମ୍ ଥିବା ଜଣାପଡ଼ିଛି । ଗଜପତି ସୀମାନ୍ତ ତପ୍ତପାଣି ନିକଟ ଟି.ଗୋବିନ୍ଦପୁରରୁ ଚିହ୍ନଟ ୨୪ ଆକ୍ରାନ୍ତଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ । ସମସ୍ତେ ହୋମ୍ ଆଇସୋଲେସନରେ ଅଛନ୍ତି । ସମ୍ପୂର୍ଣ୍ଣ ଗାଁକୁ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ସାନିଟାଇଜ୍ କରିଛି ।

 24 Covid Positive Case In A Day From One Village Of Ganjam

କରୋନାର ଦ୍ୱିତୀୟ ଲହରରେ ସାନଖେମୁଣ୍ଡି ବ୍ଲକରେ ମୋଟ ୧୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଅନ୍ୟମାନଙ୍କ ଚିକିତ୍ସା ଚାଲିଛି ।

Leave a Reply