ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ
1 min readଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ସଂକ୍ରମିତ । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ୩ଜଣ ଯାଜପୁର ଏବଂ ୨ ଜଣ ବାଲେଶ୍ୱରର । ବର୍ତ୍ତମାନ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ମୋଟ ୮୨୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ୨୨୦ ଜଣ ଏବଂ ମୃତକ ୪ ଜଣଙ୍କୁ ବାଦ ଦେଲେ ବର୍ତ୍ତମାନ ରାଜ୍ୟରେ ମୋଟ ୬୦୩ ଆକ୍ଟିଭ କେସ୍ ରହିଛି । ସେମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
Another 24 patients have recovered from COVID-19 and are being discharged.
19 are from Ganjam.
3 are from Jajpur
2 are from Balasore
The number of recovered cases of Odisha now stands at 220.
— H & FW Dept Odisha (@HFWOdisha) May 17, 2020