ଆଜି ବିଜେଡିର ଜନ୍ମଦିନ, ଅପରାହଣରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜେଡି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ୧୯୯୭ରେ  ଗଠିତ ହୋଇଥିଲା ପୂର୍ବ ଭାରତର ଏକ ପ୍ରମୁଖ ରାଜନୀତିକ ଦଳ । ୧୯୯୭ର ବିଜୁ ବାବୁଙ୍କ ଦେହାନ୍ତ ପରେ ଦୀର୍ଘ ୯ ମାସର କସରତ ପରେ ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିଲା ବିଜେଡି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ହାସଲ ପାଇଁ ଗଠିତ ହୋଇଥିବା ଦଳ ଆଜି ୨୨ ବର୍ଷ ପୂରଣ କରି ୨୩ ବର୍ଷରେ ପାଦ ଥାପିଛି । ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ ପ୍ରଥମରୁ ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ତାଙ୍କର ଦକ୍ଷ ନେତୃତ୍ୱ ଦଳକୁ ଗତ ୨ ଦଶନ୍ଧି ମଧ୍ୟରେ ବହୁ ଆଗକୁ ନେଇଛି । ୨୦୦୦ ମସିହାରୁ ୨୦୧୯ ଯାଏଁ ଲଗାତର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି ବିଜେଡି। ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ସ୍ୱପ୍ନକୁ ନେଇ ଗଠିତ ହୋଇଥିବା ବିଜେଡି ଆଜି ବି ସ୍ୱତନ୍ତ୍ରତା ବଜାୟ ରଖିଛି । ରାଜ୍ୟର ସ୍ୱାର୍ଥ ପାଇଁ ଦଳ ଜାତୀୟ ସ୍ତରରେ ସ୍ୱର ଉତ୍ତୋଳନ କରିଛି । ନବୀନଙ୍କ ଶାସନରେ ବଦଳିଛି ଓଡ଼ିଶାର କଳେବର ।BJD-OFFICEଆଜି ରାଜ୍ୟ କାର୍ଯ୍ୟାଳୟ ସହିତ ଜିଲ୍ଲା ଓ ବ୍ଲକ ସ୍ତରରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ସୂର୍ଯ୍ୟ ପରାଗ ପାଇଁ କାର୍ଯ୍ୟକ୍ରମ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ଣରୁ ଆରମ୍ଭ ହେବ ।

 

Leave a Reply