ଅଷ୍ଟ୍ରେଲିଆ ଆଗରେ ୨୩୬ ଟାର୍ଗେଟ୍

1 min read

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ଦ୍ୱିତୀୟ ମୁକାବିଲାରେ ଭାରତର ଦମ୍‌ଦାର ପଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ବ୍ୟାଟରଙ୍କ ଛକା-ଚୌକା ବର୍ଷା ଫଳରେ ଭାରତ ୨୦ ଓଭର ଖେଳି ୪ ୱିକେଟ ହରାଇ ୨୩୫ ରନ୍‌ କରିଛି। ଯାହା ଫଳରେ ଦ୍ୱିତୀୟ ଟି-୨୦ ବିଜୟ ପାଇଁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଆଗରେ ଭାରତ ୨୩୬ ରନ୍‌ର ଟାର୍ଗେଟ ରଖିଛି । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆର ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ତେବେ ପ୍ରଥମରୁ ଓପନିଂ କରିବାକୁ ଆସିଥିବା ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ ବିସ୍ଫୋରକ ପାଳି ଖେଳିଥିଲେ ।